ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଲା : IMA ପରେ FAIMA ପଠାଇଲା ନୋଟିସ୍

  • ଆଇନଗତ ମାମଲାରେ ଫସିଲେ ବାବା ରାମଦେବ
  • ଏଫଏଆଇଏମ ଯୋଗଗୁରୁଙ୍କୁ ପଠାଇଲା ନୋଟିସ୍‌

ନୂଆଦିଲ୍ଲୀ : ପ୍ରଥମେ ଆଇଏମଏ ନୋଟିସ ଆଉ ଏବେ ଏଫଏଆଇଏମଏର ଲିଗାଲ୍ ନୋଟିସ୍ । ଯୋଗଗୁରୁ ରାମଦେବ ବାବାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନ ଦେଇଥିବାରୁ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ (FAIMA ) ରାମଦେବ ବାବାଙ୍କୁ ଆଇନଗତ ନୋଟିସ୍ ପଠାଇଛି । FAIMA ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଳିତ ଭାବେ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଏସୋସିଏସନ ପକ୍ଷରୁ ନୋଟିସ୍ ପଠାଇଛନ୍ତି ।

ବାବା ରାମଦେବ ଶସ୍ତା ପ୍ରଚାର ପାଇଁ ଏଲୋପାଥିକୁ ନେଇ ଭିତ୍ତିହୀନ ବୟାନ ଦେଇଥିବା କହିଛି FAIMA । ଯୋଗଗୁରୁ ଦେଇଥିବା ବୟାନରେ କିଛି ବି ସତ୍ୟତା ଥିଲେ ପ୍ରମାଣ ଦିଅନ୍ତୁ, ନହେଲେ କ୍ଷମାପ୍ରାର୍ଥନା କରନ୍ତୁ । ରାମଦେବଙ୍କ ବୟାନକୁ ନିନ୍ଦା କରିବା ସହ କ୍ଷମା ନମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି FAIMA ।

କରୋନା ସଙ୍କଟ ମଧ୍ୟରେ ଦେଶରେ ଆୟୁର୍ବେଦ ଓ ଏଲୋପାଥିର ଲଢ଼େଇ ବଢ଼ିଯାଇଛି । ପୂର୍ବରୁ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି  । ନିଜ ବୟାନ ପାଇଁ ୧୫ ଦିନ ଭିତରେ କ୍ଷମା ପ୍ରାର୍ଥନା କରିବେ ନଚେତ୍ ଆଇଏମଏ ତାଙ୍କ ବିରୋଧରେ ୧୦୦୦ କୋଟିର ମାମଲା କରିବ ବୋଲି ନୋଟିସ୍ କରାଯାଇଛି ।

ଆଇଏମଏ ବାବା ରାମଦେବଙ୍କୁ ନୋଟିସ ପଠାଇ କହିଛି, ରାମଦେବଙ୍କ ବୟାନ ସଂଗଠନ ସହ ଜଡିତ ଡାକ୍ତରଙ୍କ ପ୍ରତି ସାଧାରଣ ଲୋକଙ୍କ ମନରେ ଖରାପ ଧାରଣା ସୃଷ୍ଟି କରିଛି । ଏହି ନୋଟିସରେ ଏହାକୁ ଅପରାଧ ବୋଲି ଦର୍ଶାଇ ଦଣ୍ଡ ଏବଂ ଜରିମାନା ଦାବି କରାଯାଇଛି । ପତ୍ର ମିଳିବାର ୧୫ ଦିନ ଭିତରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ । ସେତିକି ନୁହେଁ ତାଙ୍କର ପ୍ରଥମ ଭିଡିଓ ଯେପରି ମିଡିଆ ଏବଂ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା, ଠିକ ସେହିପରି ବାବା ରାମଦେବଙ୍କ କ୍ଷମା ମାଗିବାର ଭିଡିଓ ମଧ୍ୟ ପ୍ରଚାରିତ କରନ୍ତୁ । ଏଥିସହିତ ଲିଖିତ ଭାବେ କ୍ଷମା ମାଗନ୍ତୁ । ନଚେତ ୧୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯିବ ।

You might also like