ବିଜେପିରେ ’ରାମ’ : ପଦ୍ମ ଧରିଲେ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲ

କୋଲକାତା: ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ”ରାମ’ । ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଆରମ୍ଭ କଲେ ରାଜନୈତିକ ଜୀବନ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ଅରୁଣ ଗୋଭିଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ବଙ୍ଗ ନିର୍ବାଚନରେ ବିଜେପି ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଗାର କରିବେ ବୋଲି ସୂଚନା ମିଳିଛି । ବିଜେପିରେ ସାମିଲ୍ ହେବାପରେ ତାଙ୍କର ଭୂମିକା କଣ ରହିବ, ତାହା ସ୍ପଷ୍ଟ କରିନାହିଁ ଦଳ।  ଆଗାମୀ ସମୟରେ ସେ ୧୦୦ ଜନସଭା ଆୟୋଜନ କରିବାର ଯୋଜନା ରହିଛି।

ପଶ୍ଚିବମଙ୍ଗରେ କିଛି ଦିନ ପରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ତେବ ଏହା ପୂର୍ବରୁ ବିଜେପିର ବଳ ବଢ଼ାଇବା ପାଇଁ ଅରୁଣ ଗୋଭିଲ ଭାରତ ଜନତା ପାର୍ଟି ସହିତ ଯୋଡ଼ି ହୋଇଛନ୍ତି। ୮୦ ଦଶକର ଟେଲିଭିଜନ ଧାରାବାହିକ ରାୟମାଣରୁ ଲୋକପ୍ରିୟତା ସାଉଣ୍ଟିଥିବା ଅରୁଣ ଗୋଭିଲ୍ ଏବେ ବି ଘରେ ଘରେ ପରିଚିତ ।  ରାମାନନ୍ଦ ସାଗରଙ୍କ ରାମୟଣର ଧାରାବାହିକ ସେ ସମୟରେ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲା । ସେତେବେଳେ ଲୋକେ ଟିଭି ସାମ୍ନାରେ ଧୂପକାଠି ଧରି ପୂଜା କରୁଥିଲେ।  ଏହି ଧାର୍ମିକ ଧାରାବାହିକରେ ଭଗବାନ ରାମଙ୍କର ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଦେଶର ପ୍ରତିଟି ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ବିଜେପିରେ ସାମିଲ ହେବା ପରେ ଅରୁଣ ଗୋଭିଲ କହିଛନ୍ତି, ବର୍ତ୍ତମାନ ଆମକୁ ଆମ କର୍ତ୍ତବ୍ୟ କରିବା ଆବଶ୍ୟକ । ପୂର୍ବରୁ ମୋତେ ରାଜନୀତି ସମ୍ପର୍କରେ କିଛି ବୁଝା ପଡ଼ୁନଥିଲା, ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭାର ସମ୍ଭାଳିବା ପରେ ରାଜନୀତିର ପରିଭାଷା ବଦଳିବା ପରି ଅନୁଭବ ହେଉଛି।

ଉତ୍ତରପ୍ରଦେଶ ମିରଟରେ ଜନ୍ମ ଗ୍ରହଣ କରିଥିବା ଅରୁଣ ଗୋଭିଲ ଜିଏଫ୍ କଲେଜ ଶାହାଜାହାନପୁରରୁ ଇଞ୍ଜିନିୟରିଂ ସାଇନ୍ସ ଅଧ୍ୟୟନ କରିଛନ୍ତି । ପାଠପଢ଼ା ଶେଷ ହେବା ପରେ ସେ କିଛି ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।

 

ସୂଚନାଯୋଗ୍ୟ ତାଲାବନ୍ଦ ସମୟରେ ରାମାୟଣର ପୁନଃ ପ୍ରସାରଣ କରାଯାଇଥିଲା, ଯାହା ବିଶ୍ୱ ରେକର୍ଡ କରିଥିଲା । ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହୋଇଥିଲା ରାମାୟଣ।

You might also like