ଛୁରି ଦେଖାଇ ସଂସଦ ପରିସରକୁ ପଶିଗଲେ ରାମ ରହିମ୍‌ଙ୍କ ସମର୍ଥକ !

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ଅଞ୍ଚଳ ହେଉଛି ସଂସଦ ପରିସର। ବେଆଇନ ଭାବେ ଏହାର ପରିସରକୁ କେହି ପଶିବା ଏତେ ସହଜ କଥା ନୁହେଁ। ତଥାପି ସଂସଦ ପରିସର ମଧ୍ୟକୁ ଜଣେ ବ୍ୟକ୍ତି ଛୁରି ନେଇ ପଶି ଆସିଥିଲେ। ଅବଶ୍ୟ ପଶିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି।

ତେବେ କିଏ ଏହି ବ୍ୟକ୍ତି ଜଣକ ? କାହିଁକି ଛୁରି ନେଇ ସଂସଦ ପରିସରକୁ ଆସିଥିଲେ ?

ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟକ୍ତିଙ୍କ ନାମ ସାଗର ଇନ୍‌ସା। ସେ ନିଜକୁ  ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଏବଂ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଗୁରମୀତ୍ ରାମ୍ ରହିମ୍ ସିଂହର ଅନୁଗାମୀ ବୋଲି କହୁଛନ୍ତି। ସେ ଦିଲ୍ଲୀର ଲକ୍ଷ୍ମୀ ନଗର ଇଲାକାରେ ରୁହନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଇନସା ବାଇକ୍‌ରେ ସଂସଦ ପରିସରକୁ ଆସିଥିଲେ। ସଂସଦର ଏକ ନମ୍ବର ଗେଟ ପାଖରେ ଅଟକିଥିଲେ। ଛୁରି କାଢି ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିବା ସହ ରାମ ରହିମଙ୍କୁ ସମର୍ଥନ ଜଣାଇ ବିଭିନ୍ନ ନାରା ଦେଇଥିଲେ।  ଏହି ସମୟରେ କିଛି ଲୋକ ଏହାର ଭିଡିଓ ରେକର୍ଡିଂ କରିଥିଲେ।

କିଛି ସମୟ ଏପରି ନାରା ଦେବା ପରେ ବ୍ୟକ୍ତି ଜଣକ ଛୁରି ଦେଖାଇ ଗେଟ ନଂ -୧ ଭିତରକୁ ଜବରଦସ୍ତ ପଶିବାକୁ ଉଦ୍ୟମ କରୁଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ କବ୍‌ଜାକୁ ନେଇ ଯାଇଥିଲେ।

ଦିଲ୍ଲୀ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ନେଇ ପଚରାଉଚରା କରୁଛି। ତେବେ ଏହି ବ୍ୟକ୍ତିଜଣକ ମାନସିକ ରୋଗୀ ବୋଲି  ପୁଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like