ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ପାର୍ଥିବ ଶରୀର। ଆଜି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

୧୯୨୩ ସେପ୍ଟେମ୍ବର ୧୪ ରେ ବର୍ତ୍ତମାନର ପାକିସ୍ତାନ ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ ଜେଠମଲାନି। ମାତ୍ର ୧୭ ବର୍ଷ ବୟସରେ ଆଇନ ଡିଗ୍ରୀ ହାସଲ କରି କରାଚିରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ଦେଶ ବିଭାଜନ ପରେ ସେ ଭାରତ ପଳାଇ ଆସିଥିଲେ। ବହୁ ହାଇପ୍ରୋଫାଇଲ୍ କେସ୍ ଲଢ଼ି ସେ ନିଯୁକ୍ତ ପ୍ରତିଷ୍ଠିତ କରାଇପାରିଥିଲେ। ଲାଲକୃଷ୍ଣ ଆଡଭାନି, ହର୍ଷଦ ମେହେତା, କେତନ ପାରେଖ, ଲାଲୁ ଯାଦବ, ଜୟଲଳିତାଙ୍କ ପାଇଁ ସେ ମାମଲା ଲଢ଼ିଥିଲେ। ବାଜପେୟୀ ସରକାରରେ ସେ ଆଇନ ମନ୍ତ୍ରୀ ହୋଇଥିଲେ।

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like