କରଣ ଜୋହରଙ୍କ ପାଇଁ ସଫେଇ ଦେଲେ ରାମଗୋପାଳ ବର୍ମା, ସୋଶାଲ ମିଡିଆରେ ଟ୍ରୋଲ ହେଲେ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକଳା ବିୟୋଗରେ ବଲିଉଡ୍‌ରେ ପରିବାରବାଦକୁ ନେଇ ଏବେ ନିଆଁ ଜଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଲୋକେ କରଣ ଜୋହର ଏବଂ ସଲମାନଙ୍କ ପରି ଅନେକ କଳାକାରଙ୍କୁ ଦାୟୀ କରୁଛନ୍ତି। ହେଲେ କରଣ ଜୋହରଙ୍କ ପାଇଁ ସଫେଇ ଦେବାକୁ ସାମ୍ନାକୁ ଆସି ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ  ରାମ ଗୋପାଳ ବର୍ମା ଖୁବ୍‌ ଟ୍ରୋଲ ହୋଇଛନ୍ତି ସୋସିଆଲ ମିଡିଆରେ।

ରାମ ଗୋପାଳ ବର୍ମା ଟ୍ୱିଟ୍‌ କରି କହିଛନ୍ତି, ଯାହା ବି କିଛି ଆଜି ହୋଇଛି କରଣ ଜୋହରଙ୍କ ଉତ୍ତରଦାୟୀ କରିବା ହାସ୍ୟସ୍ପଦ କଥା। ଏଥିସହିତ ରାମଗୋପାଳ ଟ୍ୱିଟରରେ ଲେଖିଛନ୍ତି,  ଏହା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ ସେ କାହା ସହ କାମ କରିବାକୁ ଚାହୁଁଛନ୍ତି।

ରାମଗୋପାଳଙ୍କର ଏହି ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏଥିସହିତ ୟୁଜର୍ସମାନେ ଖୁବ୍‌ ଟ୍ରୋଲ କରିଛନ୍ତି ରାମଗୋପାଳଙ୍କୁ।

ରାମଗୋପାଳ ଟ୍ୱିଟ କରି ଲେଖିଛନ୍ତି, ‘ଯାହା କିଛି ହୋଇଛି ସେଥିପାଇଁ କରଣଙ୍କୁ ଦାୟୀ କରିବା ହାସ୍ୟାସ୍ପଦ ଘଟଣା। ଏଥିରୁ ଏହା ଜଣାପଡୁଛି ଯେ ଆପଣ ବୁଝିନାହାନ୍ତି, ଫିଲ୍ମ ଉଦ୍ୟୋଗରେ କାମ କେମିତି କରାଯାଏ। ଏକଥା ଠିକ୍‌ ଯେ, ସୁଶାନ୍ତଙ୍କ ସହ କରଣଙ୍କର ସମସ୍ୟା ଥିଲା। ତେବେ ଏହା ତାଙ୍କର ଇଚ୍ଛା ସେ କାହା ସହ କାମ କରିବାକୁ ଚାହୁଁଛନ୍ତି। ଯେମିତି ଅନ୍ୟ ଫିଲ୍ମ ନିର୍ମାତାମାନେ ଯାହା ସହ କାମ କରିବାକୁ ଚାହାନ୍ତି ତାଙ୍କ ସହ କରନ୍ତି।’ ଏହା ବ୍ୟତୀତ ରାମଗୋପଳ ଆହୁରି ଅନେକ ଟ୍ୱିଟ କରିଛନ୍ତି।

ରାମ ଗୋପାଳ ଏକଥା ମଧ୍ୟ ଲେଖିଛନ୍ତି, ବଲିଉଡ ଏକ କଠୋର ଜାଗା। କାରଣ ଲୋକେ ତାରା ଧରିବା ଉଦ୍ଦେଶ୍ୟ ଲମ୍ଫ ମାରିଥାନ୍ତି। ଯେତେ ଜୋରରେ ଲମ୍ଫ ଦେଇଥାନ୍ତି, ସେତିକି ଜୋର୍‌ରେ ପଡ଼ିଥାନ୍ତି। ସୁଶାନ୍ତ ତ ଜହ୍ନକୁ ପାଇସାରିଥିଲେ। ଅନ୍ୟମାନଙ୍କର କ’ଣ ହେଉଥିବ ଯେଉଁମାନେ ମାଟିରୁ ଉଠି ନାହାନ୍ତି ?’

ସେ ଏକଥା ମଧ୍ୟ ଲେଖିଛନ୍ତି, କରଣ ଜୋହର ଯାହା ବି ହୋଇଛନ୍ତି ତାଙ୍କ ଜନତା ହିଁ ତିଆରି କରିଛନ୍ତି। ସେ ନିଜେ ହୋଇନାହାନ୍ତି।

 

ଆହୁରି ପଢ଼ନ୍ତୁ

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

You might also like