୧୯ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ: ଭୋଟ୍ ଦେବା ପାଇଁ ଅମ୍ବୁଲାନ୍ସରେ ଆସିଲେ ବିଧାୟକ

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲିଥିବା ୧୯ଟି ସିଟ୍ ପାଇଁ ନିର୍ବାଚନ ଚାଲିଛି। ଗୁଜୁରାଟର ୪, ଆନ୍ଧ୍ରପ୍ରଦେଶର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ, ଝାରଖଣ୍ଡର ୨ଟି ଆସନ ପାଇଁ ନିର୍ବାଚନ ହେଉଛି। ସେହିଭଳି ,ମଣିପୁର, ମିଜୋରାମ ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ନିର୍ବାଚନ ହୋଇଛି। ଏହି ସବୁ ରାଜ୍ୟରେ ପାଖାପାଖି ଏକ ହଜାର ବିଧାୟକ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।Rajasthan Chief Minister Ashok Gehlot cast his vote for Rajya Sabha Election 2020, at the state Assembly in Jaipur. (Image: Twitter @ANI)

ତେବେ ସବୁଠୁ କୌତୁହଳପୂର୍ଣ୍ଣ କଥା ହେଉଛି କରୋନା ସଂକ୍ରମିତ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ ଆଜି ପିପିଇ କିଟ୍ ପିନ୍ଧି ଆମ୍ବୁଲାନ୍ସରେ ଭୋଟ ଦେବାକୁ ଭୋପାଳ ବିଧାନସଭା ଭବନକୁ ଆସିଥିଲେ। କରୋନା ସ୍ଥିତିରେ କିଭଳି ସମସ୍ତ ଗାଇଡଲାଇନକୁ ପାଳନ କରାଯାଇ ନିର୍ବାଚନ ହେବ ସେଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ସବୁ ରାଜ୍ୟ ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଗୁଜୁରାଟ ବିଧାନସଭାରେ ବିଜେପିର ୧୦୩ ସଦସ୍ୟ ଥିବାବେଳେ ୩ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ଆଉ ମାତ୍ର ୨ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ। ସେପଟେ କଂଗ୍ରେସ ଦେଇଥିବା ଦୁଇ ପ୍ରାର୍ଥୀ ଜିତିବା ପାଇଁ ଦଳକୁ ଆଉ ୫ ସଦସ୍ୟଙ୍କର ଆବଶ୍ୟକତା ରହିଛି।

Rajya Sabha Elections 2020 for 19 Rajya Sabha seats spread across eight states held on June 19. MPs, MLAs arrived to cast their votes. Of the 19 seats where polling will be held, four each are from Andhra Pradesh and Gujarat, three each from Madhya Pradesh and Rajasthan, two from Jharkhand, and one each from Manipur, Mizoram and Meghalaya. (Image: Twitter @ANI)

ଏପଟେ ମଧ୍ୟପ୍ରଦେଶର ୩ଟି ସିଟ ପାଇଁ କଡ଼ା ଟକ୍କର ଦେଖିବାକୁ ମିଳିଛି। ୩ଟି ସିଟରୁ ୨ଟିରେ ଶାସକ ବିଜେପି ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ତୃତୀୟ ସିଟ ପାଇଁ ଦଳ ପାଖରେ ଛୋଟ ଦଳର ସମର୍ଥନ ରହିଛି। କିନ୍ତୁ କଂଗ୍ରେସର ୯୨ ସଦସ୍ୟ ଥିବାରୁ ଗୋଟିଏ ସିଟରେ କଂଗ୍ରେସ ଜିତିବା ନିଶ୍ଚିତ।

You might also like