ପୁଣି ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍‌। ମୌସୁମୀ ଅଧିବେଶନର ଅାଜି ଶେଷ ଦିନ ଥିବାବେଳେ ପୁଣି ଅଟକିଛି ଟ୍ରିପଲ୍‌ ତଲାକ୍‌ ବିଲ୍।  ବିରୋଧିଙ୍କ ସହ ସରକାରଙ୍କ ସହମତି ହୋଇ ନପାରିବାରୁ ଏହି ବିଲ୍ ଅାଗତ ହୋଇପାରିନାହିଁ। ବିଧେୟକ ଉପରେ ସବୁ ଦଳର ସହମତି ନଥିବାରୁ ଏହାକୁ ଅାଜି ଉପସ୍ଥାପନ କରାଯିବ ନାହିଁ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ।

ଗତକାଲି ଟ୍ରିପଲ୍‌ ତଲାକ୍‌ର ସଂଶୋଧିତ ବିଧେୟକକୁ ମଂଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍। ତେବେ ଅାଜି ଏହି ବିଲ୍ ଅାସିନପାରିବାରୁ, ଅାସନ୍ତା ଶୀତକାଳୀନ ଅଧିବେଶନରେ ବିଲ୍ ଅାସିବା ସମ୍ଭାବନା ରହିଛି।  ତେବେ ଏହି ବିଲ୍‌କୁ ନିୟମରେ ପରିଣତ କରିବାକୁ ହେଲେ ସରକାରଙ୍କ ପାଖରେ ଅଧ୍ୟାଦେଶ ଜାରି କରିବା ବିକଳ୍ପ ମଧ୍ୟ ରହିଛି।

ଟ୍ରିପଲ୍‌ ତଲାକ୍ ବିଲ୍‌କୁ ନେଇ ବିରୋଧୀ କଂଗ୍ରେସର ଅାଭିମୂଖ୍ୟ ସ୍ପଷ୍ଟ ଥିବା କହିଥିଲେ ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି। ତେବେ ରାଫେଲ୍ ଡିଲ୍ ପ୍ରସଙ୍ଗକୁ ନେଇ ଗୃହରେ ଅାଲୋଚନା କରିବାକୁ ଅଡି ବସିଥିଲେ ବିରୋଧୀ। ଏହି ପ୍ରସଙ୍ଗରେ ମିଳିତ ସଂସଦୀୟ କମଟି ଗଠନ କରି ତଦନ୍ତ କରିବାକୁ ଦାବି କରିଥିଲେ ବିରୋଧୀ।

ଏହାକୁ ନେଇ ଦୁଇ ଦୁଇ ଥର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ଏହାପରେ ବିଲ୍‌କୁ ଅାଉ ଗୃହରେ ଉପସ୍ଥାପନ କରାଯିବ ନାହିଁ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ। ଟ୍ରିପଲ୍‌ ତଲାକ୍ ବିଲ୍‌କୁ ନେଇ ଅାଗକୁ ରାଜନୀତି ସରଗରମ ହେବା ସମ୍ଭାବନା ରହିଛି। ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିପାରେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like