ପୁଣି ପାକିସ୍ତାନକୁ ଧମକ୍‌ ଦେଲେ ରାଜ୍‌ନାଥ: ଏମିତି ଭୁଲ୍‌ ନ କରୁ ନହେଲେ…

ପାଟନା: ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ପୁଣି ଧମକାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ୧୯୬୫ ଏବଂ ୧୯୭୧ ମସିହାରେ କରିଥିବା ଭୁଲ୍‌ ନ ଦୋହରାଉ। ଏପରି ଭୁଲ କଲେ ବିଶ୍ୱର କୌଣସି ଶକ୍ତି ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ ହେବାରୁ ଅଟକାଇପାରିବନି।

ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଏପରି ଭୁଲ କରିବା ଆଗରୁ ଭାବନ୍ତୁ ପିଓକେର କ’ଣ ହେବ। ପାସ୍ତୁନ୍‌ ଏବଂ ବଲୁଚିସ୍ତାନରେ ମାନବାଧିକାର ଉଲ୍ଲଂଘନ ହେଉଛି। ଯଦି ଏପରି ଚାଲେ ପାକିସ୍ତାନକୁ କୌଣସି ସୁରକ୍ଷା ଦେଇ ପାରିବ ନାହିଁ।

ବିହାରର ପାଟନାରେ ଜନ ଜାଗରଣ ସଭାରେ ରାଜନାଥ ସିଂହ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ନରେନ୍ଦ୍ର ମୋଦି ସରକାର ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦ କରିବା ବାବଦରେ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜନାଥ କହିଥିଲେ, ଧାରା ୩୭୦ କ୍ୟାନ୍‌ସର ପରି ଯାହାକି ଏହି ରାଜ୍ୟର ରକ୍ତ ଝରାଉଥିଲା।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like