ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଆମର ଇଞ୍ଚେ ଜମି କେହି ନେଇପାରିବେ। ନାହଁ ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଆସୁଛି ବୋଲି ରାଜନାଥ କହିଛନ୍ତି।

ଦାର୍ଜିଲିଂର ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ସେ ମନେ ପକାଇଥିଲେ ରାଜନାଥ। ଏଥିସହ ରାଜନାଥ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରଓ୍ବାଣେ।

ସେପଟେ ବିଜୟା ଦଶମୀରେ ଚୀନର ବିସ୍ତାରବାଦୀ ନୀତିକୁ କଡା ସମାଲୋଚନା କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। କରୋନା କଟକଣା ସମୟରେ ସାରା ବିଶ୍ୱ ମହାମାରୀ ବିରୋଧରେ ଲଢୁଥିବା ବେଳେ ଚୀନ ବିଭିନ୍ନ ଦେଶ ଉପରେ ନଜର ପକାଉଛି।

ଏଥିଯୋଗୁଁ ଭାରତ ସହ ଜାପାନ, ଅଷ୍ଟ୍ରେଲିଆ, ତାଇଓ୍ବାନ୍ ବିରୋଧରେ ଚୀନର ସୀମା ବିବାଦ ଦେଖାଦେଇଛି। କିନ୍ତୁ ଭାରତ ଯେଭଳି ଢଙ୍ଗରେ ଚୀନକୁ ଜବାବ ଦେଇଛି ସେଥିରେ ଚୀନକୁ ଶକ୍ତ ଧକ୍କା ଲାଗିଛି। ବିଜୟା ଦଶମୀ ଅବସରରେ ନାଗପୁର ସ୍ଥିତ ଆରଏସଏସ୍ ମୁଖ୍ୟାଳୟରେ ଶସ୍ତ୍ର ପୂଜା କରାଯାଇଥିଲା।

 

You might also like