ସେନାର ଶସ୍ତ୍ରପୂଜା କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜନାଥ

ବିକାନିର :ଆଜି ରାଜସ୍ଥାନ ବିକାନିର ସେନାର ଶସ୍ତ୍ରପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ପ୍ରତିବର୍ଷ ଦଶହରା ଅବସରରେ ସେନା ପକ୍ଷରୁ ଶସ୍ତ୍ର ପୂଜା କରାଯାଇଥାଏ।  ପ୍ରଥମ ଥର ବିକାନିର ଗସ୍ତରେ ଆସିଥିବା ରାଜନାଥ ବିଏସ୍ଏଫ୍ ଜବାନଙ୍କୁ ବେଶ ପ୍ରଶଂସା କରିଥିଲେ।

କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ  କହିଛନ୍ତି।  କାଶ୍ମୀର ବିକାଶ ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ପାଣ୍ଠି ଯୋଗାଉଛନ୍ତି। ଏହାସହ ଆତଙ୍କବାଦ ପ୍ରସଙ୍ଗ ମୁହଁ ଖୋଲିଛନ୍ତି ରାଜନାଥ।

ସେ କହିଛନ୍ତି, ପାକିସ୍ତାନ ଦ୍ୱାରା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। କାଶ୍ମୀରକୁ ଆସୁଥିବା ସମସ୍ତ ଆତଙ୍କବାଦୀ ପାକିସ୍ତାନର ବୋଲି ସେ କହିଛନ୍ତି।

You might also like