ଚୀନକୁ ରାଜନାଥଙ୍କ ଚେତାବନୀ
ଭାରତ ଶାନ୍ତିର ପୂଜାରୀ ! କିନ୍ତୁ ଦେଶ ପ୍ରତି ବିପଦ ସୃଷ୍ଟି କଲେ ବରଦାସ୍ତ କରାଯିବନି, ଦୃଢ଼ ହସ୍ତରେ ଦମନ କରାଯିବ
- ଚୀନକୁ ରାଜନାଥଙ୍କ ନାଲି ଆଖି, କହିଲେ ସୀମାରେ କମ୍ କରାଯିବନି ସୈନ୍ୟ ଦଳ
- ଭାରତକୁ କବଜା କରିବାକୁ ଅପଚେଷ୍ଟା କଲେ, ଦେଶ କଡ଼ା ଜବାବ ଦେବ
- ହାତ ବାନ୍ଧି ବସିନାହାନ୍ତି ଭାରତୀୟ ବୀର, ଦେଶର ମଥାନତ ହେବାକୁ ଦେବେନି
ଭାରତ : ଚୀନକୁ କଡ଼ା ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଚୀନ୍ ସହ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନାହିଁ । ବାରମ୍ବାର ଆଲୋଚନା ସତ୍ତ୍ୱେ ଲଦାଖ ବିବାଦ ନେଇ କୌଣସି ପ୍ରକାର ନିଷ୍କର୍ସ ବାହାରି ପାରି ନାହିଁ । ଏବେ ବି ସୀମାରେ ଉତ୍ତଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି । ତେଣୁ ବାସ୍ତବ ନିୟନ୍ତ୍ରଣ ରେଖାରେ ସୈନ୍ୟ ସଂଖ୍ୟା ହ୍ରାସ କରିବାର ପ୍ରଶ୍ନ ଉଠୁନାହିଁ । ତା’ଛଡ଼ା ସୀମାରେ ଭାରତ ପ୍ରତି ଯଦି କେହି ବିପଦ ସୃଷ୍ଟି କରେ ତାହାକୁ ବରଦାସ୍ତ କରାଯିବନି ଓ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ମଧ୍ୟ ସେ ଦୃଢ଼ୋକ୍ତି କରିଛନ୍ତି ।
ଭାରତ ଶାନ୍ତିର ପୂଜାରୀ । ଆମ ଦେଶ କେବଳ ଶାନ୍ତି ଚାହେଁ ଚୀନକୁ ଇଙ୍ଗିତ କରି ରାଜନାଥ କହିଛନ୍ତି, ଏପରି ଦେଶ ଅଛନ୍ତି ଯେଉଁମାନେ ଭାରତର ଜମିକୁ କବଜା କରିବାକୁ ଚାହାନ୍ତି । ହେଲେ ଭାରତୀୟ ସୂରବୀର ଯବାନମାନେ ଆତ୍ମବଳୀ ଦେଇ ଦେଶକୁ ରକ୍ଷାକରିବେ । ଦେଶ ଉପରକୁ ଆଖି ଉଠାଇଲେ ଅସ୍ତ୍ରର ଜବାବ ଅସ୍ତ୍ରରେ ଦେବେ । ସୀମାରେ ୫୦ ବର୍ଷ ପରେ ଗୁଳି ଚଳିଥିବା କଥା ବିଷୟରେ ପ୍ରଶ୍ନ କରିବାରୁ ଏପରି ଉତ୍ତର ଦେଇଛନ୍ତି ରାଜନାଥ ସିଂ । ‘ହଟ୍ଲାଇନ୍’ ଟେଲିଫୋନ୍ ଯୋଗେ ଚୀନ ସହ ଆଲୋଚନା କରାଯାଇଛି । ଦୁଇ ଦେଶ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସେ ସଂକ୍ରାନ୍ତରେ ଏହି ଆଲୋଚନା ହୋଇଥିବା କଥା ସୂଚନା ଦେଇଛନ୍ତି ରାଜନାଥ ସିଂ ।
China has been doing a lot of infrastructure development in its border areas. India is also developing infrastructure at a fast pace for people at the border and for soldiers there. We are not developing infrastructure to attack any country but for our people: Defence Minister pic.twitter.com/dc1NSBs7ML
— ANI (@ANI) December 30, 2020
#WATCH India has a sharp focus. ‘Jo hume chedega hum usse chhorenge nahi’. We want to maintain peaceful relations with all nations: Defence Minister Rajnath Singh to ANI, on being asked if this year’s incident at the border was a result of possible collusion between China-Pak pic.twitter.com/AxcPSKxEfs
— ANI (@ANI) December 30, 2020
#ଚୀନକୁ_କଡ଼ା_ଜବାବ
ଚୀନ୍ ସହ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନାହିଁ। ସୀମାରେ ଭାରତ ପ୍ରତି ଯଦି ବିପଦ ସୃଷ୍ଟି କରେ ତାହାକୁ ବରଦାସ୍ତ କରାଯିବନି ଓ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ରାଜନାଥ କହିଛନ୍ତି। #China #RajnathSingh pic.twitter.com/cSvhIB441O— ଓଟିଭି (@otvkhabar) December 30, 2020
ଅନ୍ୟପଟେ କୃଷି ଆଇନ୍ ସମ୍ପର୍କରେ ମଧ୍ୟ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କିଛି ବିଜେପି ନେତା ଓ ମନ୍ତ୍ରୀ, ନକ୍ସଲ ଏବଂ ଖଲିସ୍ତାନୀ ଆତଙ୍କବାଦୀ କହି ସମାଲୋଚନା କରୁଛନ୍ତି। ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଚାଷୀଙ୍କୁ ଏଭଳି ନକ୍ସଲ ଓ ଖଲିସ୍ତାନୀ କହିବା ଆଦୌ ଗ୍ରହଣୀୟ ନୁହେଁ । ଏଥିସହ କୃଷି ଆଇନକୁ ନେଇ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧି ଚାଷ ବିଷୟରେ କିଛି ଜାଣି ନଥିବା ମଧ୍ୟ ସେ କହିଛନ୍ତି ।