‘ତେଜସ’ରେ ଉଡ଼ିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ବିମାନ ‘ତେଜସ’ରେ ଆଜି ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡ଼ିଛନ୍ତି। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ।

ଉଡାନ ଭରିବା ପରେ ରାଜନାଥ ସିଂ କହିଛନ୍ତି, ‘ଉଡାନ ବେଶ ସହଜ ଏବଂ ଆରାମଦାୟକ ଥିଲା। ତେଜସ୍‌ରେ ଉଡି ମୁଁ ଖୁବ୍‌ ରୋମାଞ୍ଚିତ । ତେଜସ୍‌ରେ ଉଡିବା ପାଇଁ ମୁଁ ଇଚ୍ଛା କରିଥିଲି କାରର ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏହାଛଡ଼ା ତେଜସ୍‌ ଚାହିଦା ଅନ୍ୟ ଦେଶମାନଙ୍କରେ ବି ରହିଛି। ଦକ୍ଷିଣ-ପୂର୍ବ ଦେଶମାନେ ତେଜସ୍‌ ବିମାନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ’

ତେଜସ୍‌ ହେଉଛି ଭାରତୀୟ ବାୟୁସେନା ୪୫ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ନିର୍ମାଣ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ତେଜସ ବିମାନର ଡିଜାଇନ୍ କରିଛନ୍ତି। ତେଜସ ପ୍ରଥମେ ଜାନୁଆରୀ ୪, ୨୦୦୧ରେ ଉଡ଼ାଣ ମାରିଥିଲା । ରାଜନାଥ ସିଂହ ଯେଉଁ ତେଜସରେ ଆଜି ଉଡ଼ାଣ ଭରିଛନ୍ତି ତାହା ୨୦୦୧ ମଡେଲର ଅପଗ୍ରେଡ୍ ଭର୍ସନ।

 

୨୦୧୭ ଡିସେମ୍ବରରେ ଭାରତୀୟ ବାୟୁସେନା ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ (ହାଲ)କୁ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା। ଏହି ସମସ୍ତ ତେଜସ ବିମାନରୁ ୧୦ଟିରେ ୨ଟି ଲେଖାଏଁ ସିଟ୍ ରହିଛି । ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି ।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like