କୋଭିଡ-୧୯ ମୁକାବିଲା ପାଇଁ କେଉଁ ମନ୍ତ୍ରାଳୟ କଉଁ ଦାୟିତ୍ୱ ନେବେ ସେ ନେଇ ରାଜନାଥଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀକୁ ରୋକିବାରେ ଏବଂ ଲକ୍‌ଡାଉନବେଳେ ଜନସାଧାରଣଙ୍କୁ ସହାୟତା ଯୋଗାଇବାରେ ବିଭିନ୍ନ ମନ୍ତ୍ରାଳୟ କେଉଁ ଭୂମିକା ଗ୍ରହଣ କରିପରିବ ଏନେଇ ଆଲୋଚନା ହୋଇଥିଲା।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ରାମ ବିଲାସ ପାସୱାନ, ଗିରିରାଜ ସିଂ ଓ  ରମେଶ ପୋଖରିୟାଲଙ୍କ ସହ ରାଜନାଥ ଆଲୋଚନା କରିଥିଲେ।

ଲକଡାଉନ ପରେ ପଞ୍ଚମ ଥର ପାଇଁ ଏହି ମନ୍ତ୍ରିସ୍ତରୀୟ ଗୋଷ୍ଠୀର ବୈଠକ ହୋଇଥିଲା। ଏଥିରେ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିବା ରାଜ୍ୟର କରୋନା ମୁକାବିଲା ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା।

You might also like