ତେଜିଲା ରାଜୀବ ଗାନ୍ଧିଙ୍କ ଭାରତ ରତ୍ନ ଫେରାଇବା ଦାବି

ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି।

କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ ବୋର୍ଡରେ କଳା ବୋଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସ୍ୱର୍ଗତ ରାଜୀବଙ୍କୁ ମିଳିଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବା ପାଇଁ ଦାବି ହୋଇଛି। ଗତକାଲି ପଞ୍ଜାବ ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳା ବୋଳିଥିଲେ ଅକାଳୀ କର୍ମୀ। ଏହି ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେପଟେ ଆଜିର ଘଟଣାକୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇଛି।

You might also like