ଜେଲ ଭିତରେ ରାଜୀବ ହତ୍ୟାକାରୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାନୁସାରେ, ନଳୀନି ଶାଢୀରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଜେଲରେ ଝଗଡା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି।  ସୂଚନାଥାଉ କି, ନଳିନୀ ତାମିଲନାଡୁର ଭେଲୋର ଜେଲରେ ନଳୀନି ସଜା ଭୋଗୁଛନ୍ତି।

ଚେନ୍ନାଇର ଭେଲୋର ଜେଲରେ ନଳିନୀ ଏପରି ଆତ୍ମହତ୍ୟା ଚେଷ୍ଟା କରିଥିବା ତାଙ୍କ  ଓକିଲସୂଚନା ଦେଇଛନ୍ତି। ଓକିଲ କହିଛନ୍ତି ଯେ ନଳିନୀ ଏବଂ ଅନ୍ୟ କଏଦୀଙ୍କ ମଧ୍ୟରେ ଝଗଡା ହୋଇଥିଲା। କଥା ଜେଲରଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ଓକିଲ କହିଛନ୍ତି ଯେ,  ଏତେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି।  ସେ କାହଁକି ଏପରି ପଦକ୍ଷେପ ନେଲେ ତାହାର ପ୍ରକୃତ କାରଣ ସେ ଜାଣିବାକୁ ଚାହୁଁଛନ୍ତି। ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ, ନିଜେ ରାଜୀବ ମାମଲାରେ ଜେଲରେ ଥିବା ନଳିନୀଙ୍କ ସ୍ୱାମୀ ପତ୍ନୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାର ଦାବି କରିଛନ୍ତି।

ସୂଚନାଥାଉ କି, ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳୀନି ୨୯ ବର୍ଷ ଜେଲରେ କାଟିଲେଣି। ସେ LTTE ରେ କାମ କରୁଥିବା ମୁରୁଗାନ୍ ଶ୍ରୀହରନଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ | ଦୁହେଁ ବିବାହ କରିଥିଲେ। ତାଙ୍କୁ ଗିରଫ କରାଯିବାବେଳେ ନଳିନୀ ଦୁଇ ମାସ ଗର୍ଭବତୀ ହୋଇଥିଲେ। କାରାଗାରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କର ଝିଅ ଆରିଥ୍ରା ବର୍ତ୍ତମାନ ଲଣ୍ଡନରେ ଡାକ୍ତର ଅଛନ୍ତି। ଚେନ୍ନାଇରେ ଜନ୍ମ ହୋଇଥିବା ନଳିନୀ ଇଂରାଜୀ ସାହିତ୍ୟ ଅଧ୍ୟୟନ କରିଥିଲେ ଏବଂ ଶ୍ରୀହରନ୍ ତାଙ୍କ ଜୀବନରେ ଆସିବା ପୂର୍ବରୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଥିଲେ।

You might also like