ରାଜନୀତି କରିବେନି ରଜନୀକାନ୍ତ !
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜନୈତିକ ଦଳ ନ ଗଢ଼ିବାକୁ ଘୋଷଣା କଲେ ତେଲୁଗୁ ମେଗାଷ୍ଟାର୍
ତାମିଲନାଡ଼ୁ : ରାଜନୀତିରେ ପ୍ରବେଶ କରିବେ ନାହିଁ ତେଲୁଗୁ ମେଗାଷ୍ଟାର୍ । ରାଜନୈତିକ ଦଳ ଗଠନ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ତେଲୁଗୁ ମେଗାଷ୍ଟାର୍ ରଜନୀକାନ୍ତ । ଦଳ ଗଢ଼ିବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ । ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କର ଅସୁସ୍ଥତାକୁ ଈଶ୍ୱରଙ୍କର ସତର୍କବାଣୀ ବୋଲି କହିଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ରାଜନୀତି ମଇଦାନକୁ ନଓହ୍ଲାଇ ମଧ୍ୟ ସେ ଲୋକଙ୍କ ସେବା କରିପାରିବେ ବେ।ଲି କହିଛନ୍ତି । ମୋର ଏହି ନିଷ୍ପତ୍ତି ଯେ।ଗୁଁ ମୋର ପ୍ରଶଂସକ ଏବଂ ଜନତା ହତାଶ ହେବେ । ଅନୁଗ୍ରହପୂର୍ବକ ମତେ କ୍ଷମା ଦିଅନ୍ତୁ ବେ।ଲି ଅନୁରେ।ଧ କରିଛନ୍ତି ମେଗାଷ୍ଟାର୍ । ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକ ମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖି ନପାରିବାରୁ କ୍ଷମା ମଧ୍ୟ ମାଗିଛନ୍ତି ।
Actor Rajinikanth says, he will continue to work for people https://t.co/sufKxYejYW pic.twitter.com/p9ab7pPwsD
— ANI (@ANI) December 29, 2020
ରଜନୀକାନ୍ତ ଏକ ବୟାନ ଜାରି କରି କହିଛନ୍ତି, ବିଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ଅବନତି ଘଟିଛି, ଏହାକୁ ସେ ଭଗବାନଙ୍କ ଚେତାବନୀ ବୋଲି କହିଛନ୍ତି ଏବଂ ଏହି କାରଣରୁ ସେ ରାଜନୀତିକ ପାର୍ଟି ଗଠନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜନୀତିରେ ପ୍ରବେଶ ନକରି ଯେକୌଣସି ଉପାୟରେ ହେଉ ମୁଁ ଲୋକଙ୍କ ସାହାଯ୍ୟ କରିବି ବୋଲି ଘେ।ଷଣା କରିଛନ୍ତି । ଜାନୁଆରୀ ୨୦୨୧ ରେ ଏକ ରାଜନୈତିକ ଦଳ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ ରାଜନୀକାନ୍ତ ।
ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ଯୋଗୁ ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସେ ହସ୍ପିଟାଲରୁ ଜିସଚାର୍ଜ ହୋଇଥିଲେ। ହସ୍ପିଟାଲ ପକ୍ଷରୁ ଜରି ବୁଲେଟିନରେ କୁହାଯାଇଛି, ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି। ଏବେ ତାଙ୍କୁ କୌଣସି ଗୁରୁତର ସମସ୍ୟା ନାହିଁ। ତେବେ ରଜନୀକାନ୍ତ ଡାକ୍ତର ତାଙ୍କୁ ରକ୍ତଚାପର ନିୟମିତ ନୀରିକ୍ଷଣ ସହିତ ଏକ ସପ୍ତାହ ପଯର୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସର୍ବନିମ୍ନ ଶାରୀରିକ କାର୍ଯ୍ୟକଳାପ ଏବଂ ଚାପରୁ ଦୂରେଇ ରହିବାକୁ ଡାକ୍ତର ରଜନୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଚଳିତମାସ ଆରମ୍ଭରୁ ରଜନୀକାନ୍ତ ରାଜନୀତିରେ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଘୋଷଣା କରିଥାନ୍ତେ। ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ନିଜର ରାଜନୀତିକ ଦଳ ଘୋଷଣା କରିବେ ବୋଲି କହିଥିଲେ। ରଜନୀକାନ୍ତଙ୍କ ଏହି ଘୋଷଣା ପରେ ତାମିଲନାଡୁ ରାଜନୀତିରେ ହଲଚଲ ଆରମ୍ଭ ହୋଇଥିଲା।