ଡାକ୍ତରଖାନାରେ ଭର୍ତ୍ତି ହେଲେ ସୁପର ଷ୍ଟାର୍ ରଜନୀକାନ୍ତ; ଡାକ୍ତର କହିଲେ…

ହାଇଦ୍ରାବାଦ: ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଉଥ୍‌ ସୁପର ଷ୍ଟାର୍ ରଜନୀକାନ୍ତ। ଆଜି ସକାଳେ ହାଇଦ୍ରାବଦା ସ୍ଥିତ ଅପୋଲୋ ହସ୍‌ପିଟାଲ୍‌ରେ ରଜନୀକାନ୍ତଙ୍କୁ ଭର୍ତ୍ତି କରାଯାଇଛି। କିଛିଦିନ ପୂର୍ବରୁ ରଜନୀକାନ୍ତଙ୍କ ଆଗାମି ଫିଲ୍ମ ଅନ୍ନାଥ୍ଥେ ଶୁଟିଂ ସେଟ୍‌ରେ ୮ ଜଣ ଲୋକ କରୋନା ପଜିଇଭ୍ ଜଣାପଡ଼ିବା ପରେ ଶୁଟିଂ ବନ୍ଦ କରିଦିଆଯାଇଥିଲା। ଯଦିଓ ରଜନୀକାନ୍ତଙ୍କ କରୋନା ଟେଷ୍ଟ ନେଗେଟିଭ୍ ଆସିଛି ତେବେ , ତେବେ ରକ୍ତଚାପରେ ଅସନ୍ତୁଳନ ସମସ୍ୟା ଯୋଗୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଣ ହୋଇଛି ରଜନୀକାନ୍ତଙ୍କର ?

ରଜନୀକାନ୍ତଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ହାଇଦ୍ରାବାଦ ଅପୋଲୋ ହସ୍‌ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଙ୍କ କହିବାନୁସାରେ, ଗୁରତର ଭାବେ ରଜନୀକାନ୍ତଙ୍କ ରକ୍ତଚାପ ଅସନ୍ତୁଳନ ଦେଖାଦେଇଛି। ଏନେଇ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ପୁରା ନଜର ରଖିଛି ପୋଲି ହସ୍‌ପିଟାଲ ପକ୍ଷରୁ କୁହାଯାଇଛି।

ସୂଚନା ଦେଇ ଡାକ୍ତର କହିଛନ୍ତି “ ରଜନୀକାନ୍ତ ଆଜି(ଡିସେମ୍ବର ୨୫) ସକାଳୁ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିଗତ ଦଶ ଦିନ ହେଲା ସେ ହାଦ୍ରାବାଦ୍‌ରେ ଏକ ଫିଲ୍ମ ଶୁଟିଂ କରୁଥିଲେ। ଶୁଟିଂ ଶେଟ୍‌ରେ କିଛି ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଡିସେମ୍ବର ୨୨ ତାରିଖରେ ରଜନୀକାନ୍ତଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା।।

ସେବେଠାରୁ ସେ ନିଜକୁ ଆଇସୋଲେଟ୍ କରି ରଖିଥିଲେ। ଅତି ଯତ୍ନର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଉଥିଲା। ଯଦିଓ ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନଥିଲା ତେବେ ତାଙ୍କ ରକ୍ତରେ ଅସନ୍ତଳୁନ ପରୀଲକ୍ଷିତ ହୋଇଥିଲା। ଫଳରେ ଚେକ୍ କରିବା ଆବଶ୍ୟକ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରକ୍ତଚାପ ନକମିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ଓ ଅତି ଯତ୍ନର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରାଯିବ। ରକ୍ତଚାପ ଓ ଥକାପଣ ଥାଇ ମଧ୍ୟ ତାଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।”

ଡିସେମ୍ବର ୧୪ ତାରିଖରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ରଜନୀକାନ୍ତଙ୍କ ଫିଲ୍ମ ଅନ୍ନାଥ୍ଥେର ଶୁଟିଂ ଆରମ୍ଭ ହୋଇଥିଲା । ଡିସେମ୍ବର ୨୩ ତାରିଖରେ ଶୁଟିଂ ସେଟ୍‌ରେ ୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ରଜନୀକାନ୍ତ ପ୍ରମୋଟର ରିଆଜ ଅହମଦଙ୍କ ସୂଚନା ଅନୁସାରେ, ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୮ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ରଜନୀ ନେଗେଟିଭ୍ ହୋଇଥିଲେ।

ଏନେଇ ସୂଚନା ଦେଇ ରିୟାଜ୍ ଅହମଦ କହିଛନ୍ତି “ ଶୁଟିଂ ସେଟ୍‌ରେ ୮ ଜଣ ସଦସ୍ୟ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରଜନୀକାନ୍ତ ଚେନ୍ନାଇକୁ ଫେରିବେ କି ହାଇଦ୍ରାବାଦରେ ନିଜେ କ୍ୱାରେଣ୍ଟିନ୍‌ରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଯାହା ହେବ ପରେ ଜଣାପଡ଼ିବା ବୋଲି ରିୟାଜ୍ କହିଛନ୍ତି।”

ସୂଚନା ଥାଉକି, ରଜନୀକାନ୍ତଙ୍କ ଫିଲ୍ମକୁ ସୁରିଥାଇ ଶିବା ନିର୍ଦ୍ଦେଶନା ଦେଇଥିଲା ବେଳେ ନୟନତାରା, କୀର୍ତି ସୁରେଶ, ଖୁସ୍‌ବୁ ମୀନା, ପ୍ରକାଶ ରାୟ ଏବଂ ସୁରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସନ୍‌ ପିକ୍‌ଚର ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡି ଇମାନ।

ରଜନୀଙ୍କ ରାଜନୀତି

ଦକ୍ଷିଣ ଫିଲ୍ମ ଦୁନିଆରେ ଏହି ବାଦ୍‌ଶାହ ଏବେ ରାଜନୀତିରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଏନେଇ ୨୦୨୧ ଜାନୁଆରିରେ ସେ ନିଜର ଦଳ ଗଠନ କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ସମସ୍ତ ସୂଚନା ଦେବେ ବୋଲି ଡିସେମ୍ବର ୩ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇ  କହିଥିଲେ ରଜନୀକାନ୍ତ।

ଦଳ ଗଠନ ନେଇ ରଜନୀକାନ୍ତ କହିଥିଲେ, ଏବେ ତାମିଲନାଡୁକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଯଥା ସମ୍ଭବ ଆମେ ଲୋକଙ୍କ ପାଇଁ କାମ କରିବୁ। ଯଦି ଏହି ସମୟରେ ଆମେ ନକରିପାରିବୁ ତେବେ ଚ୍ୟାଲେଞ୍ଜ ଆଉ ଦ୍ୱିତୀୟ ଥର ଆସିବ ନାହିଁ। ରାଜନୀତିରେ ବିଜୟ ହେଲେ ଏହା ଲୋକମାନଙ୍କର ବିଜୟ ହେବ। ସେ ଏକ ପବିତ୍ର ସରକାର ଦେବେ।  ଯଦି ଏହି ସମୟରେ ତାଙ୍କ ସରକାର କାମ  ନକରିପାରିବ ତେବେ ଆଉ ଦ୍ୱିତୀୟ ଥର ଆସିବ ନିର୍ବାଚନ ଲଢ଼ିବେ ନାହିଁ ଜନତାଙ୍କ ପ୍ରତିଶ୍ରୁତି ଦେଇଥିଲେ ରଜନୀକାନ୍ତ।

ସୂଚନା ଥାଉକି, ବର୍ଷ ଆରମ୍ଭରୁ ହିଁ ବିବାଦକୁ ଆସିଥିଲେ ରଜନୀ। ବେୟର ଗ୍ରିଲ୍ସଙ୍କ ସହିତ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ  Man Vs Wild ଶୁଟିଂ କରୁଥିବା ବେଳେ ଏହାକୁ ବିରୋଧ କରି ତାଙ୍କର ଗିରଫ୍ ଦାବି କରିଥିଲେ ପ୍ରକୃତି ପ୍ରେମୀ।

 

You might also like