ପାଇଲଟ୍‌ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ

ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି କରାଯାଇଛି ।

ହ୍ୱିପ୍ ଜାରି ସତ୍ତ୍ୱେ ସଚିନ ଓ ତାଙ୍କ ସମର୍ଥକମାନେ ବୈଠକରେ ଯୋଗ ଦେଇନଥିଲେ । ନୋଟିସ୍‌ରେ ଉତ୍ତର ଦେବାକୁ ୨ ଦିନ ସମୟ ଦିଆଯାଇଛି।  ଯଦି ଉତ୍ତର ନ ଦିଅନ୍ତି, ତେବେ ସେମାନେ ବିଧାୟକ ପଦ ରଦ୍ଦ ଚାହାନ୍ତି ବୋଲି ଧରାଯିବ ବୋଲି ଉଲ୍ଲେଖ ରହିଛି ।

ଗତକାଲି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପିତ ପଦରୁ କଂଗ୍ରେସ ବିଦା କରିଥିଲା ତାଙ୍କୁ କ୍ୟାବିନେଟରୁ ମଧ୍ୟ ହଟା ଯାଇଛି। ଏପଟେ କଂଗ୍ରେସର କଡ଼ା ଆଭିମୁଖ୍ୟ, ସେପଟେ ଟିକେ ନରମ ହୋଇଛନ୍ତି ସଚିନ ପାଇଲଟ । ସେ କହିଛନ୍ତି, ବିଜେପିକୁ ଯିବାର ନାହିଁ । ତାଙ୍କ ବିରୋଧରେ କେବଳ ଏହା ଅପପ୍ରଚାର କରାଯାଉଛି । ଗାନ୍ଧି ପରିବାର ଦୃଷ୍ଟିରେ ତାଙ୍କୁ ନ୍ୟୁନ କରିବାକୁ ଏପରି ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି ସଚିନ।

ଅନ୍ୟପଟେ କଂଗ୍ରେସର ଗୋଳିଆ ପାଣିରୁ ଫାଇଦା ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଜୟପୁରକୁ ଫେରୁଛନ୍ତି । ବିଜେପି ବିଧାୟକଙ୍କର ଏକ ବୈଠକରେ ଯୋଗ ଦେବେ । ବୈଠକରେ ଦଳର ଆଗାମୀ ରଣନୀତି ତିଆରି ହେବ । ଏ ପର୍ଯ୍ୟନ୍ତ ବିଜେପି ୱେଟ୍ ଆଣ୍ଡ ଓ୍ୱାଚ୍ ନୀତ ଅବଲମ୍ବନ କରିଛି ।

You might also like