କୋର୍ଟ ନିର୍ଦ୍ଦେଶ ପରେ ସଚିନଙ୍କ ଟିମ୍‌କୁ ଆଶ୍ୱସ୍ତି; ରାଜ୍ୟପାଳଙ୍କୁ ଭେଟିବାକୁ ଚାହିଁଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି ବୋଲି ବାଚସ୍ପତି ଆଜି  ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସୂଚନାଥାଉ କି, ସଚିନ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ଗେହଲଟ ବିଧାନସଭାରେ ବହୁମତ ରଖିବାକୁ ଚାହୁଁଥିଲେ। ହେଲେ କୋର୍ଟ ନିର୍ଦ୍ଦେଶ ପରେ ତାଙ୍କ ଏହା ସ୍ଥଗିତ ରହିଛି।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗେହଲଟ ସରକାରଙ୍କ ଚିନ୍ତା ବଢିଯାଇଛି। ସରକାର ବଞ୍ଚାଇବା ପାଇଁ ଗେହଲଟ ସରକାର ଏବେ ତାଙ୍କର ନୂଆ ଗେମ୍‌ ପ୍ଲାନ ତିଆରି କରୁଛନ୍ତି। କୁହାଯାଉଛି, କଂଗ୍ରେସ ସହ ଅନ୍ୟ ନିର୍ଦ୍ଦଳୀୟ ବିଧାୟକମାନଙ୍କୁ ମଧ୍ୟ ନିଜର ରଣନୀତି ଉପରେ ଅବଗତ କରାଇବେ। ଫ୍ଲୋର ଟେଷ୍ଟ ହେଲେ କିପରି ନିଜର ସମ୍ମାନ ବଞ୍ଚାଇବେ ସେଥିପାଇଁ ବିଧାୟକ ଦଳ ବୈଠକ ଡାକି ବିଶ୍ୱାସ ଜିତିବା ପାଇଁ ଚେଷ୍ଟା କରିବେ। କିଛି ବିଧାୟକଙ୍କ ସହ ୱାନ-ଟୁ-ୱାନ କଥାବାର୍ତ୍ତା ମଧ୍ୟ କରୁଛନ୍ତି ଗେହଲଟ।

ଏଥିସହିତ ରାଜ୍ୟପାଳ  କଲରାଜ ମିଶ୍ରଙ୍କୁ ଭେଟିବା ପାଇଁ ଚେଷ୍ଟା କରୁଛନ୍ତି ଗେହଲଟ। ସରକାର ଗଠନ ପାଇଁ ତାଙ୍କ ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ରହିଛି ବୋଲି ଦାବି କରି ଗେହଲଟ ରାଜ୍ୟପାଳଙ୍କ ପାଖରେ ଅସ୍ଥାଭୋଟ ପାଇଁ ଦାବି କରି ପାରନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like