ବିଜେପିରେ ମିଶିବେ କି ନାହିଁ ସ୍ପଷ୍ଟ କଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର।  ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ  କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଦେଖିବା ପରେ ବସୁନ୍ଧରା ରାଜେ ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି।

ତେବେ ଆଜି ସଚିନ୍‌ ପାଇଲଟ୍‌  ବିଜେପିରେ ମିଶିବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ତାଙ୍କର ଭାବମୂର୍ତ୍ତି ଖରାପ କରିବା ପାଇଁ କଂଗ୍ରେସ ପକ୍ଷରୁ ଏପରି କୁହାଯାଉଛି। ବିଜେପି ମୁଖ୍ୟଙ୍କ ସହ ମୋତେ ଦେଖାଇ ଦଳ ହାଇକମାଣ୍ଡଙ୍କ ପାଖରେ ମୋତେ ବଦନାମ କରାଯାଉଛି। 

ସେ କହିଛନ୍ତି ‘ବିଜେପିରେ ମିଶିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଏବେ ବି ମୁଁ କଂଗ୍ରେସ ପାର୍ଟିର ସଦସ୍ୟ ଅଟେ। ଆଗକୁ କ’ଣ କରିବି ସେ ନେଇ ନିଷ୍ପତ୍ତି ନେବି। ଯାହା ବି ହେଉ, ମୁଁ ରାଜସ୍ଥାନ ଲୋକଙ୍କ ସେବା କରିବି।’  ଆଜି ତାଙ୍କର ପ୍ରେସ ମିଟ୍‌ କରିବାକୁ ବି ସେ ମନା କରିଛନ୍ତି।

ସୂଚନାଥାଉ କି, ଗତ ରବିବାର ସଚିନ ପାଇଲଟ ଦିଲ୍ଲୀ ଯାଇଥିଲେ। ତାଙ୍କ ସହ କିଛି ବିଧାୟକ ମଧ୍ୟ ଥିଲେ। ସେହିଦିନ ଶୁଣିବାକୁ ମିଳିଥିଲା ଯେ, ପାଇଲଟ ବିଜେପି ନେତାଙ୍କ ସମ୍ପର୍କରେ ଅଛନ୍ତି। ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦେଖା କରିଥିବା ଖବର ମଧ୍ୟ ଶୁଣିବାକୁ ମିଳିଥିଲା। ତେବେ ପାଇଲଟଙ୍କ ପାଖ ଲୋକଙ୍କ ସୂତ୍ରରୁ ପରେ ଜଣା ପଡ଼ିଥିଲା ସେ ବିଜେପିରେ ସାମିଲ  ହେବାର କୌଣସି ସମ୍ଭାବନା ନାହିଁ।

ଅନ୍ୟପକ୍ଷେ  ସଚିନ୍‌ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ ଦଳର ସମସ୍ତ ପଦ ପଦବୀରୁ ବରଖାସ୍ତ କରାଯାଇଛି। ଏପରିକି ପାର୍ଟି କାର୍ଯ୍ୟାଳୟରେ ତାଙ୍କ ଫଟୋକୁ ବି କାଢ଼ି ଦିଆଯାଇଛି । ଏହାପରେ ନିଜ ସମର୍ଥନରେ ବାହାରିଥିବା ସମସ୍ତଙ୍କୁ ଟ୍ୱିଟ୍‌ରେ ଧନ୍ୟବାଦ ଦେବା ସହ ‘ସତ୍ୟ ଅସୁବିଧାରେ ପଡିପାରେ, ପରାଜିତ ହୋଇପାରେନା’ ବୋଲି ଟ୍ୱିଟ୍ କରିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like