ରାଜସ୍ଥାନ ରାଜନୀତି: ରାଷ୍ଟ୍ରପତିଙ୍କ ପାଖକୁ ଯାଇପାରେ କଂଗ୍ରେସ କଳି

ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି ବୋଲି ବାଚସ୍ପତି ଆଜି  ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ଚିନ୍ତାର ଗେହଲୋଟ ସରକାର। ମାମଲା ଏବେ ରାଷ୍ଟ୍ରପତିଙ୍କ ପାଖକୁ ନେବା ପାଇଁ ଅଣ୍ଟା ଭିଡ଼ିଛି ଗେହଲୋଟଙ୍କ ଟିମ୍। ରାଷ୍ଟ୍ରପତିଙ୍କ ପାଖରେ ମାମଲା ସମ୍ପର୍କରେ ଗୁହାରି ଜଣାଇବା ସହିତ ରାସ୍ତାକୁ ଓହ୍ଲାଇବା ପାଇଁ ଦଳ ଯୋଜନା କରୁଥିବା ଖବର ମିଳୁଛି।

ତେବେ ଏହି ଘାମାସାନ ଭିତରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ କ’ଣ ହେବ ସଂଖ୍ୟା ଗଣିତ ? ବିଦ୍ରୋହୀଙ୍କ ଠାରୁ କେତେ ବିପଦ ରହିଛି ଗେହଲୋଟ୍‌ଙ୍କ ସରକାରଙ୍କୁ ? ଆସନ୍ତୁ ସଂଖ୍ୟା ଖେଳ ଉପରେ ନଜର ପକାଇବା।

ରାଜସ୍ଥାନର ମୋଟ୍ ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ମିଶାଇ କଂଗ୍ରେସର ୧୦୭  ବିଧାୟକ ଅଛନ୍ତି। ଦଳକୁ ୧୨ ସ୍ୱାଧିନ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟ ଦଳର ୫ ଜଣ ବିଧାୟକ ମଧ୍ୟ ଗେହଲୋଟ୍ ସରକାରକୁ ସମର୍ଥନ କରୁଛନ୍ତି। ଏହାକୁ ଦେଖିଲେ ଏବେଯାଏଁ ଗେହଲୋଟ୍ ୧୨୪ ଜଣଙ୍କୁ ନେଇ ରାଜସ୍ଥାନରେ ସରକାର ଚଲାଉଛନ୍ତି।

ଅନ୍ୟପକ୍ଷରେ ବିଜେପି ପାଖରେ ୭୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏହାଛଡ଼ା ୩ ଜଣ ଆରଏଲ୍‌ପି ଓ ଜଣେ ସ୍ୱାଧୀନ ବିଧାୟକର ସମର୍ଥନ ମଧ୍ୟ ପାଇଲଟଙ୍କ ପାଖରେ ରହିଛି। କିନ୍ତୁ କଂଗ୍ରେସରେ ୧୯ ଜଣ ବିଦ୍ରୋହୀ ଦଳରୁ ବାହାରି ଗଲେ କଂଗ୍ରେସର ସଂଖ୍ୟା ୮୮କୁ ଖସିଆସିବ। କିନ୍ତୁ କିଛି ସ୍ୱାଧୀନ ବିଧାୟକ ଓ ଅନ୍ୟ ସହଯୋଗୀଙ୍କ ସହାୟତାରେ ତାଙ୍କ ନିକଟରେ ୧୦୨  ବିଧାୟକଙ୍କ ସମର୍ଥନ ଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦାବି କରୁଛନ୍ତି।

ଏଣେ ସଚିନଙ୍କୁ ସମର୍ଥନ ଥିବା ୧୯ ଓ ବିଜେପି ଏବଂ ଏହାର ସହୟୋଗୀଙ୍କୁ ମିଶାଇଲେ ବିରୋଧୀଙ୍କ ପାଖରେ ସର୍ବାଧିକ ୯୭ ବିଧାୟକ ହେବେ। ତେଣୁ ଗେହଲୋଟ୍‌ଙ୍କ ସରକାର ଭାଙ୍ଗିବା ସହଜ ହେବ ନାହିଁ। ତେବେ ଗେହଲୋଟ୍ କ୍ୟାମ୍ପର ଯଦି କେହି ପାର୍ଶ୍ୱ ପରିବର୍ତ୍ତନ କରନ୍ତି ତେବେ ସରକାର ବଞ୍ଚାଇବା କଷ୍ଟକର ହେବ।

 

ଆହୁରି ପଢ଼ନ୍ତୁ

ସୋମବାରଠାରୁ ଆରମ୍ଭ ହେବ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

You might also like