ହୋଟେଲ୍ରେ ମିଳୁଛି ‘କୋଭିଡ୍ Curry’, ‘ମାସ୍କ Naan’
ଯୋଧପୁର: ‘କୋଭିଡ୍ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ଅନ୍ଲକ୍-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି।
ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି ଯାହା ଲୋକଙ୍କୁ ବେଶ୍ ଆକର୍ଷିତ କରିଛି। ଖାଦ୍ୟର ନାଁ ‘କୋଭିଡ୍ କରି’ ଓ ‘ମାସ୍କ ନାନ୍’ ରଖାଯାଇଛି। ଏହାର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ନ୍ୟୁଜ୍ ଏଜେନ୍ସି ANIକୁ ସୂଚନା ଦେଇ ଉକ୍ତ ହୋଟେଲ୍ ମାଲିକ କହିଛନ୍ତି, ‘ମଲାଇ କୋଫ୍ତାକୁ ବିଭିନ୍ନ ମସାଲ ଦେଇ ପ୍ରସ୍ତୁତ କରାଯାଇଥିବା ବେଳେ ମଖନ୍ ନାନ୍କୁ ମାସ୍କ ଆକାରରେ ପ୍ରସ୍ତୁତ କରାଯାଇଛି।”
ଖାଦ୍ୟର ଏଭଳି ନାମକରଣକୁ ନେଇ ଲୋକମାନେ ମଧ୍ୟ ଅଜବ ପ୍ରକାରର କମେଣ୍ଟ୍ସ୍ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘କୋଲକାତାରେ କରୋନା ସନ୍ଦେଶ ସୁପର୍ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ଏମିତି ଲୋକମାନେ ଭୟରେ ଘରୁ ବାହାରକୁ ବାହାରିଲେ ନାହିଁ। ଏଭଳି ଖାଦ୍ୟ ଲୋକମାନଙ୍କୁ ଭୟଭୀତ କରାଉଛି।
Rajasthan: A restaurant in Jodhpur is serving ‘COVID’ curry and mask naans. Restaurant’s owner says, “The curry is a variation of malai kofta in which the kofta has been made with various spices & the butter naan has been made in the shape of a mask.” #COVID19 pic.twitter.com/2HgLCRk0mc
— ANI (@ANI) August 2, 2020