ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ଯୋଧପୁର: ରାଜସ୍ଥାନ ଟେଚୁର ଲୋଡ଼ତା ଅଚଲାବତା  ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ଘଟଣାର ରହସ୍ୟ ଧୀରେ ଧୀରେ ଖୋଲୁଛି। ଆଜ ତକ୍‌ ଚ୍ୟାନେଲରୁ ମିଳିଥିବା ତଥ୍ୟ ଅନୁଯାୟୀ,  ଜଣେ ମହିଳା ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ମୃତବ୍ୟକ୍ତିମାନେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ। ପୋଲିସ ଶବ ପାଖରେ ପଡିଥିବା ବିଷ ଶିଶି ଏବଂ ଇଞ୍ଜେକ୍ସନକୁ ଜବତ କରିଛି।

ଅଭିଯୁକ୍ତ ମହିଳାଙ୍କ ନାଁ ଲକ୍ଷ୍ମୀ ଓ ତାଙ୍କର ବୟସ ୩୮ ବର୍ଷ।  ସେ ଏହି ୧୧ ଜଣଙ୍କୁ ମୂଷାମରା ଔଷଧ ଇଞ୍ଜେକସନରେ ଦେଇ ମାରିଥିବା ଜଣାଯାଇଛି। ଏଥି ସହିତ ସେମାନଙ୍କୁ ନିଦ ଔଷଧ ମଧ୍ୟ ଦିଆଯାଇଥିଲା। ପୋଲିସ ଲକ୍ଷ୍ମୀଙ୍କୁ ସନ୍ଦେହ କରିବାର କାରଣ ହେଲା, ଲକ୍ଷ୍ମୀ ପରିବାରର ଏକମାତ୍ର ବ୍ୟକ୍ତି ଯିଏ କି ଇଞ୍ଜେକ୍ସନ ଦେବା ଜାଣିଥିଲେ। ସେ ପାକିସ୍ତାନରେ ନର୍ସିଂ କୋର୍ସ କରିଥିଲେ। ମୃତ ସମସ୍ତ ବ୍ୟକ୍ତିଙ୍କ ହାତରେ ମଧ୍ୟ ଇଞ୍ଜେକ୍ସନ ନେବା ଦାଗ ରହିଛି। ପୋଲିସର କହିବା ଅନୁଯାୟ, ଲକ୍ଷ୍ମୀ ସମସ୍ତ ସଦସ୍ୟଙ୍କୁ ଇଞ୍ଜେକ୍ସନ ଦେବା ପରେ ନିଜ ପାଦରେ ଇଞ୍ଜେକ୍ସନ ନେଇଥିଲେ।

ଲକ୍ଷ୍ମୀଙ୍କ ବିବାହ ଯୋଧପୁରରେ ହୋଇଥିଲା। ହେଲେ ସେ ଶାଶୁଘରକୁ ନ ଯାଇ ବାପ ରହୁଥିଲେ। ସମସ୍ତଙ୍କୁ ଖାଦ୍ୟରେ ନିଦ ଔଷଧ ମିଶାଇ ଦିଆଯାଇଥିଲା। ସମସ୍ତେ ଶୋଇବା ପରେ ବିଷ ଇଞ୍ଜେକ୍ସନ ଦେଇଥିଲେ ଲକ୍ଷ୍ମୀ। ତେବେ ପରିବାରର ଜଣେ ସଦସ୍ୟ ରାମ ବଞ୍ଚିଯାଇଥିଲେ।  କାରଣ ହେଲା, ସେ ଖାଇବା ପରେ ଗାଈପଲଙ୍କ ପଛରେ ଗୋଡ଼ାଇ ଖେତରେ ପହଞ୍ଚି ଯାଇଥିଲେ ଏବଂ ସେଠାରେ ଶୋଇ ପଡ଼ିଥିଲେ। ସକାଳୁ ଘରକୁ ଫେରି ସମସ୍ତ ସଦସ୍ୟଙ୍କ ମୃତ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ରାମ ଏବଂ ତାଙ୍କ ଭାଇ ରବିଙ୍କ ବିବାହ ଯୋଧପୁରର ଗୋଟିଏ ପରିବାରରେ  ହୋଇଥିଲା। ତାଙ୍କର ୪ ଭଉଣୀ ଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ନର୍ସିଂ କୋର୍ସ କରିଥିଲେ। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଭଉଣୀ ଲକ୍ଷ୍ମୀ। ଅନ୍ୟ ୨ ଭଉଣୀଙ୍କ ବିବାହ ଯୋଧପୁରର ସେହି ପରିବାରରେ‌ ହୋଇଥିଲା ଯେଉଁ ପରିବାରରେ ଦୁଇ ଭାଇଙ୍କ ବିବାହ ହୋଇଥିଲା।

ଜଣେ ଭଉଣୀ ଘର ପାଖରେ ବିବାହ କରିଥିଲେ। ତେବେ ଘର ଭିତରେ ପାରିବାରିକ ବିବାଦ ଦୀର୍ଘଦିନ ଧରି ଲାଗି ରହିଥିଲା। ସେଥିପାଇଁ ବୁଧାରାମଙ୍କର ଜଣେ ପୁଅ ପାକିସ୍ତାନ ପଳାଇଥିଲେ।

ସୂଚନାଥାଉ କି, ୨୦୧୫ ମସିହାରେ ମୃତକ ପରିବାର ଓ ଯୋଧପୁରରେ ରହୁଥିବା ପରିବାର ପାକିସ୍ତାନରୁ ଆସିଥିଲେ। ସେମାନଙ୍କର ଆଧାରକାର୍ଡ ଯଦିଓ ଥିଲା, ତେବେ ଭାରତୀୟ ନାଗିରିକତା ମିଳି ନ ଥିଲା।

ସୂଚନାଥାଉ କି,   ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ ଚାଷ କରି ପେଟ ପୋଷୁଥିଲେ।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

You might also like