ବୋରୱେଲରେ ଖସି ପଡିଲେ ୫ବର୍ଷର ଶିଶୁ, ତା’ ପରେ…

ଯୋଧପୁର: ଲକ୍‌ଡାଉନ୍‌ ବେଳେ ରାଜସ୍ଥାନର ଯୋଧପୁର ଜିଲ୍ଲାର ବାୱଡି ତହସିଲ ଅଞ୍ଚଳରେ ସୋମବାର ସକାଳେ ଏକ ୫ ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଥିଲା। ଯୋଣ୍ଟାରା ଗାଁର ଏହି ଘଟଣାରେ ବୋରୱେଲରେ ଖସି ପଡିଥିବା ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ତୁରନ୍ତ ଉଦ୍ଧାର କରିବା ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଛୁଆଟି ବାହାରକୁ ଆସିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତର ଟିମ୍‌ ଶିଶୁଙ୍କ ପାଇଁ ‍ବୋରୱେଲକୁ ଅକ୍ସିଜେନ୍‌ ପାଇପ୍‌ ଯୋଗାଇଛନ୍ତି। ଅକ୍ସିଜେନ୍‌କୁ ଆମ୍ୱୁଲାନ୍ସ ସାହାଯ୍ୟରେ ବୋରୱେଲକୁ ପଠାଯାଇଛି। ଶିଶୁର ଅବସ୍ଥା ଭଲଥିବା କୁହାଯାଇଛି।

ଲକ୍‌ଡାଉନ୍‌ ସମୟରେ ଯୋଧପୁରର ତହସିଲର ମଥାନିଆର ଉମାଇଡ ନଗର ନିବାସୀ ମୁଲାରାମ ଗର୍ଗଙ୍କ ୫ବର୍ଷର ପୁଅ ରୋହିତ ତାଙ୍କ ଆଇ ଘରକୁ ଯାଇଥିଲେ। ସୋମବାର ସକାଳେ ଖେଳୁଥିବାବେଳେ ରୋହିତ ବୋରୱେଲରେ ପଡ଼ିଯାଇଥିଲେ। ସୂଚନା ଅନୁଯାୟୀ, ବୋରୱେଲର କଭର୍ ନଥିଲା। ଏହି ଅବହେଳା କାରଣୁ ପିଲାଟି ବୋରୱେଲରେ ପଡ଼ିଯାଇଥିଲା।

 

ଆହୁରି ପଢ଼ନ୍ତୁ

You might also like