ରାଜସ୍ଥାନ ରାଜନୀତି; ବିଧାୟକଙ୍କୁ ନୋଟିସ୍ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ଜୟପୁର: ସାମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛି ରାଜସ୍ଥାନ ରାଜନୀତି। ରାଜ୍ୟରେ ଚାଲିଥିବା ପଲିଟିକାଲ ଡ୍ରାମା ଏବେ ଅଦାଲତରୁ ଯାଇ ରାଜଭବନରେ କେନ୍ଦ୍ରୀଭୂତ ହୋଇଛି। କୋର୍ଟରୁ ଝଟକା ଖାଇ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟପାଳ କିନ୍ତୁ ଅନୁମତି ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ।

ଏପଟେ ବିଧାୟକମାନେ ଡେରା ପକାଇଥିବା ହୋଟେଲ ଫେୟାରମଣ୍ଟରେ ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦଳର ବିଧାୟକମାନଙ୍କୁ କହିଛନ୍ତି।

ତା ସହିତ ରାଜ୍ୟ କ୍ୟାବିନେଟର ଏକ ବୈଠକ ବି ଆଜି ହୋଟେଲରେ ବସିଥିଲା। ଯେଉଁଥିରେ ବିଧାନସଭା ଅଧିବେଶନ ଡାକିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ଶାସକ ଦଳ ଏହି ପ୍ରସଙ୍ଗକୁ ନେଇ ଆଜି ପୁଣି ଥରେ ରାଜ୍ୟପାଳଙ୍କୁ ଭେଟିବାର ଅଛି।

ଏପଟେ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଗତକାଲି ରାଜଭବନ ଘେରିବାକୁ ଗେହେଲଟ ଦେଇଥିବା ଚେତାବନୀର ପ୍ରତିବାଦ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେପି।

ବିଧାନସଭା ଅଧିବେଶନ ଡକାଇବା ପାଇଁ ରାଜ୍ୟପାଳଙ୍କ ଉପରେ ଶାସକ ଦଳ ଚାପ ପ୍ରୟୋଗ କରୁଥିବା ବିଜେପି କହିଛି। ସେପଟେ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ ପ୍ରସଙ୍ଗରେ ସୋମବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଶନିବାର କୋର୍ଟ ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟିଂରେ ଦିନ ୧୧ଟାବେଳେ ଏହାର ଶୁଣାଣି ପାଇଁ ସ୍ଥାନିତ କରାଯାଇଛି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

You might also like