ରାଜସ୍ଥାନ ରାଜନୀତି: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାହିଁ କହି ବିଧାନସଭା ଅଧିବେଶନକୁ ଏଡ଼ାଇଲେ ରାଜ୍ୟପାଳ

ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି। 

ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି  ‘ମୋ ସୁରକ୍ଷା ପାଇଁ ମୁଁ କାହାକୁ କହିବି ? ସୋମବାରରୁ ଜରୁରୀ ବିଧାନସଭା ଡକା ନଗଲେ ଲୋକେ ଯଦି ରାଜଭବନ ଘେରାଉ କରନ୍ତି ସେଥିପାଇଁ ଯାହା ସ୍ଥିତି ଉପୁଜିବ ସରକାର ଦାୟୀ ରହିବେ ନାହିଁ।‘ ଏମିତି କହି  ରାଜ୍ୟପାଳଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଖୋଲା ଚେତାବନୀ ଦେଇଥିଲେ।

 ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଇଛନ୍ତି ରାଜ୍ୟପାଳ। ସେ ତାଙ୍କ ଚିଠିରେ ଲେଖିଛନ୍ତି,  ବୈଦ୍ୟୁତିକ ଗଣମାଧ୍ୟମରୁ ମୁଁ ଆପଣଙ୍କ ମନ୍ତବ୍ୟ ଦେଖୁଥିଲି।  ଯେଉଁଥିରେ ଆପଣ ସାମ୍ବିଧାନିକ ଅନୁରୋଧ ଏବଂ ନିଆଯିବାକୁ ଧିବା ସାମ୍ବିଧାନିକ ନିର୍ଣ୍ଣୟ ଏ ଦୁଇଟିରେ ରାଜନୈତିକ ରଙ୍ଗ ବୋଳୁଥିଲେ। ଏହା ମୋତେ ଦୁଃଖ ଏବଂ ଆଘାତ ଦେଇଛି ।

ସୂଚନାଥାଉ କି, ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି ଏବଂ ସ୍ଥିତାବସ୍ଥା ବଜାୟ ରଖିବାକୁ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିବ୍ରତ ଗେହଲଟ ସୋମବାର ଠାରୁ ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଥିଲେ । ଏହି ଦାବିରେ ରାଜଭବନରେ କଂଗ୍ରେସ ବିଧାୟକଙ୍କ ଧାରଣା ଓ ନାରାବାଜି ସମୟରେ ରାଜ୍ୟପାଳଙ୍କୁ ଏଭଳି ଚେତାବନୀ ଦେଇଥିଲେ ଗେହଲଟ।

ତେବେ ରାଜ୍ୟପାଳ କହିଛନ୍ତି, ସେ ସମ୍ବିଧାନ ଅନୁଯାୟୀ କାମ କରିବେ । ମୁଖ୍ୟମନ୍ତ୍ରୀ ଏଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା କି ଏଜେଣ୍ଡା ଦର୍ଶାଇ ନାହାନ୍ତି ଯାହା ଦ୍ୱାରା ଜରୁରୀ ବିଧାନସଭା ଡକାଯିବ । ତେବେ ସାଧାରଣ ପ୍ରକ୍ରିୟା ଅନୁଯାୟୀ ବିଧାନସଭା ଅଧିବେଶନ ଡାକିବା ପାଇଁ ୨୧ ଦିନର ନୋଟିସ୍‌ର ଆବଶ୍ୟକତା ରହିଛି।

 

 

You might also like