ପଙ୍ଗପାଳଙ୍କୁ ତଡ଼ିବ ଡ୍ରୋନ୍‌

ଜୟପୁର: ଚୀନର କରୋନା ପରେ ଏବେ ପାକିସ୍ତାନୀ ପଙ୍ଗପାଳ ସୃଷ୍ଟି କରଛନ୍ତି ଆତଙ୍କ। ପଙ୍ଗପାଳଙ୍କ ଭୟରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି। ତେଣୁ ଏମାନଙ୍କ ସହ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ପଙ୍ଗପାଳଙ୍କୁ ଭଗେଇବା ପାଇଁ ନିଯୁକ୍ତି ହୋଇଛି ଡ୍ରୋନ।

ପଙ୍ଗପାଳଙ୍କୁ ମୁକାବିଲା କରିବା ପାଇଁ ରାଜସ୍ଥାନ କୃଷି ବିଭାଗ ଏବେ ଡ୍ରୋନ୍‌ ସାହାଯ୍ୟ ନେଇଛି । ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବ ଏହି ଡ୍ରୋନ୍ । ଜୟପୁର ସମୋଡେରେ କୃଷି ବିଭାଗ ପକ୍ଷରୁ ଏହାର ଟ୍ରାଏଲ ହୋଇଛି । ପାକିସ୍ତାନ ପଟୁ ମାଡ଼ି ଆସୁଥିବା ଏହି ପଙ୍ଗପାଳ ରାଜସ୍ଥାନ ସମେତ ପଂଜାବ, ଗୁଜରାଟ, ମଧ୍ୟପ୍ରଦେଶକୁ ପଶି ଆସିଛନ୍ତି ।

ସୂଚନା ଥାଉକି, ଗୋଟିଏ କିଲୋମିଟର ଅଞ୍ଚଳରେ ଥିବା ପଙ୍ଗପାଳ ଦିନକୁ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇ ପାରନ୍ତି ସେମାନେ ସବୁ ପ୍ରକାର ପନି ପରିବା, ପତ୍ର, ଫଳ, ଫୁଲ, ମଞ୍ଜି, ବିଭିନ୍ନ ପ୍ରକାର ଶସ୍ୟ, ମକା, ଆଖୁ, କପାକୁ ମଧ୍ୟ ଖାଇ ଦିଅନ୍ତି ଅଥବା ନଷ୍ଚ କରିପକାନ୍ତି । କେବଳ ଆମ ଦେଶରେ ନୁହେଁ ବିଶ୍ୱର ଅନେକ ଦେଶ ମଧ୍ୟ ଏହି ପଙ୍ଗପାଳଙ୍କ ଯୋଗୁଁ ଅନେକ କ୍ଷତି ସହୁଛନ୍ତି।

You might also like