ସବୁଜ ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା! ରାଜସ୍ଥାନର ଜଣେ ଛାତ୍ରୀଙ୍କ ଚିତ୍ରକଳାରେ ବିମୋହିତ ଦେଖଣାହାରୀ

କାରିଗରୀର ଯାଦୁରେ ପତ୍ର ପାଉଛି ନୂଆ ଜୀବନ

ବିକାନେର : ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା। ଗଛରୁ ପତ୍ର ଝଡ଼ିଗଲା ପରେ ତା’ର କୌଣସି ଅସ୍ତିତ୍ୱ ରହେନାହିଁ। ଭୂମିରେ ପଡ଼ିବା ପରେ କିଛି ଦିନ ପରେ ମାଟିରେ ମିଶିଯାଏ। ହେଲେ ନିଜ କାରିଗରୀର ଯାଦୁରେ ପତ୍ରକୁ ନୂଆ ଦେଉଛନ୍ତି ରାଜସ୍ଥାନ ବିକାନେରର ଛାତ୍ରୀ।  ଦେବାଦେବୀଠାରୁ ଆରମ୍ଭ କରି ସେଲିବ୍ରିଟି ଏଭଳି ଅନେକ ଆକର୍ଷଣୀୟ ଭଳିକି କଳି ଚିତ୍ର। ଯେ କେହି ଦେଖିଲେ ଘଡିଏ ନ ଅନାଇ ରହିପାରିବନି। ଏମିତି ଚିତ୍ର କଳା କରିବାରେ ମାହିର ମିଠୁ ।

ହାତରେ ଯେମିତି ଯାଦୁ ଅଛି। କେବେ ଦେବାଦେବୀ, କେବେ ସ୍ୱାଧୀନତା ସଂଗ୍ରାମୀ, କେବେ ରାଜନେତା ତ ଆଉ କେବେ ଆଉ କିଛି ଚିତ୍ରକଳା। ପତ୍ରଟିଏ ହାତରେ ପାଇଲେ, ତାକୁ ଖାସ୍ କରିଦିଅନ୍ତି ରାଜସ୍ଥାନ ବିକାନେରର ଛାତ୍ରୀ ମିଠୁ ମେହେର। ସବୁଜ ପତ୍ର ଉପରେ ଦେଖିବାକୁ ମିଳେ ତାଙ୍କ ସୂକ୍ଷ୍ମ କଳାପ୍ରତିଭା। ଏସବୁ ଦେଖିବାକୁ ଯେତିକି ଆକର୍ଷଣୀୟ, ତିଆରି କରିବାକୁ ସେତିକି କଷ୍ଟସାଧ୍ୟ ଓ ସମୟସାପେକ୍ଷା। ହେଲେ ଯାହାକୁ କଳାର ନିଶା ଘାରିଛି, ତାକୁ ବା ରୋକିବ କିଏ।

ବିକାନେରର ସ୍ଥାନୀୟ ଡୁଙ୍ଗର କଲେଜର ଛାତ୍ରୀ ମିଠୁ। ଅଧିକାଂଶ ଚିତ୍ରକଳା ଅଶ୍ୱତ୍ଥ ପତ୍ରରେ ତିଆରି କରୁଥିଲେ ବି, ତାଙ୍କ  ଚିତ୍ରକଳା ସଂଗ୍ରହରେ ଅନ୍ୟ ପତ୍ର ବି ସ୍ଥାନ ପାଇଛି। ପ୍ରଥମେ ପ୍ରଥମେ ସେ ନିଜ ଶିକ୍ଷକଙ୍କ ଦିଗଦର୍ଶନ ଅନୁସାରେ ପତ୍ର ଉପରେ କେବଳ ରଙ୍ଗତୁଳୀ ଧରି ଚିତ୍ର ଆଙ୍କୁଥିଲେ। ହେଲେ ଲକଡାଉନ ବେଳେ ସେ ପତ୍ରକୁ କାଟି ଅତି ସୂକ୍ଷ୍ମ କାରୁକାର୍ଯ୍ୟର ରୂପ ଦେଉଛନ୍ତି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟଚକିତ ହୋଇଯିବ। ଲୋକମାନେ ଏହି ପତ୍ରଗୁଡ଼ିକୁ ଦେଖି ମିଠୁକୁ ପ୍ରଶଂସା ବି କରୁଛନ୍ତି, ଆଉ କେହି କେହି ପତ୍ରକୁ କିଣି ନେଇ ଫ୍ରେମ୍ କରି ଘରେ ସଜାଇ ରଖୁଛନ୍ତି।

You might also like