ସରଗରମ ରାଜସ୍ଥାନ ରାଜନୀତି: ୧୨ ଅନୁଗାମୀ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ବେଲଗାମ ହେଉଥିବା ବେଳେ ରାଜସ୍ଥାନରେ କିନ୍ତୁ ବହିଲାଣି ଗରମ ରାଜନୈତିକ ହାୱା। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଆଉ ପଟ୍ଟ ପରିବର୍ତ୍ତନ ହେବନି ତ ? କମଲନାଥଙ୍କ ଭଳି ଅଶୋକ ଗେହଲୋଟଙ୍କର ମୁଖ୍ୟମନ୍ତ୍ରୀ ଚୌକି ଖସିଯିବନି ତ ? ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଲାଣି।

କାରଣ ୧୨ ଜଣ ଅନୁଗାମୀଙ୍କ ସହିତ ଆଜି ସକାଳୁ ଦିଲ୍ଲୀ ଯାଇଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଏକ୍‌ଚାଟିଆ ମନବୃତ୍ତି ଓ ପକ୍ଷପାତିତା ବିରୋଧରେ ଦଳର ହାଇକମାଣ୍ଡ ପାଖରେ ଅଭିଯୋଗ କରିବାକୁ ସଚିନ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ଆଶୋକ ଗେହଲୋଟ ଓ ତାଙ୍କ ଅନୁଗାମୀ ବିଜେପି ଉପରେ ବିଧାୟକଙ୍କ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ। ଯାହାକୁ ଖଣ୍ଡନ କରିଛି ବେଜେପି। ସରକାରର ବିଫଳତା ଲୁଚାଇବାକୁ ଯାଇ ରାଜ୍ୟ ସରକାର ଏପରି ଅଭିଯୋଗ ଆଣୁଥିବା ବିଜେପି କହିଛି। ସେହିଭଳି ଗେହଲୋଟଙ୍କ କିଛି ଅନୁଗାମୀ ମଧ୍ୟ ସଚିନ ପାଇଲଟଙ୍କ ଉପରେ ବିଜେପି ସହିତ ଭିତିରି ବୁଝାମଣା କରିଥିବାର ଅଭିଯୋଗ ଆଣିଛନ୍ତି। ଏଥିରେ ସଚିନ ‍କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସଚିନ୍‌ ଅଭିଯୋଗ କରୁଛନ୍ତି ବୋଲି ସୂଚନା ମିଳିଛି।

ଗତ ମାସ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କୁ ବିଜେପି ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଥିଲେ ଅଶୋକ ଗେହଲୋଟ। ଏହି ଘଟଣାରେ ଏସ୍‌ଓଜି ଦୁଇ ଜଣଙ୍କୁ ଗିରଫ କରିଥିଲା। ତା ସହିତ ଆଣ୍ଟି କରପସନ ବ୍ୟୁରୋ (ଏସିବି) ତିନିଜଣଙ୍କ ସ୍ୱାଧୀନ ବିଧାୟକଙ୍କ ନାଁରେ ପାର୍ଲାମେଣ୍ଟାରୀ ତଦନ୍ତ ପାଇଁ ମାମଲା ଫାଇଲ୍ କରିଥିଲା।

ଏହି ଘଟଣାରେ ସଚିନ୍‌ ପାଇଲଟ୍ ଓ ଅଶୋକ ଗେହଲୋଟଙ୍କର ବୟାନ ରେକର୍ଡ ପାଇଁ ଉଭୟ ନେତାଙ୍କୁ ନୋଟିସ୍‌ କରିଥିଲା ଏସ୍‌ଓଜି। ନୋଟିସ୍ ପାଇବା ପରେ ସଚିନ କ୍ଷୋଭ ପ୍ରକାଶ କରିଥିଲେ ବୋଲି କୁହାଯାଉଛି।

ଏହାରି ଭିତରେ କିନ୍ତୁ କଂଗ୍ରେସ ଦୁଇ ଜଣ ବିଧାୟକଙ୍କର ଗତକାଲିଠାରୁ ଦେଖା ନାହିଁ। ବ୍ରିଜେନ୍ଦ୍ର ସିଂହ ଓଲା ଏବଂ ରାଜେନ୍ଦ୍ର ଗୌଡ଼ା ଗତ କିଛି ଘଣ୍ଟା ହେବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହିତ ସମ୍ପର୍କରେ ନାହାଁନ୍ତି।

ମିଳିଥିବା ଗୁପ୍ତ ସୂଚନା ଅନୁସାରେ, ସଚିନ ଆଜି କଂଗ୍ରେସ ହାଇ କମାଣ୍ଡଙ୍କ ପାଖରେ ଗେହଲୋଟଙ୍କ ବିରୋଧରେ ଫେରାଦ ହେବାକୁ ଆସିଛନ୍ତି। ରାଜ୍ୟ ଶାସନକଳ ଦ୍ୱାରା ସେ ଅଣଦେଖା ହେଉଥିବା ଅଭିଯୋଗ କରିଛନ୍ତି ସଚିନ। ତେବେ ଏହାକୁ ଅସ୍ୱୀକାର କରିଛି ରାଜ୍ୟ କଂଗ୍ରେସ। ଏହି ଘଟଣାରେ ସଚିନ ଯେ ହାଇକମାଣ୍ଡଙ୍କ ଦ୍ୱାରାସ୍ତ ହେବେ ଏକଥା ନାକଚ କରିଛି ଦଳ।

ଏହିସବୁ ଘଟଣାକୁ ଦେଖି ମଧ୍ୟପ୍ରଦେଶ ରାଜନୀତି ଭଳି ରାଜସ୍ଥାନର ଅବସ୍ଥା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ତେବେ ସିନ୍ଧିଆଙ୍କ ପଥ ଅନୁରସରଣ କରିବେ କି ସଚିନ ? ମକଲଙ୍କ ଭଳି ଗେହଲୋଟଙ୍କର ଆସନ ଜୀବନି ତ ? ଏହିସବୁ ଅସମାହିତ ପ୍ରଶ୍ନର ଉତ୍ତର ଆଗକୁ ଜଣାପଡ଼ିବ।

 

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like