ରାଜସ୍ଥାନ ରାଜନୀତି: କାହିଁକି ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଛନ୍ତି ଗେହଲୋଟ ସରକାର ?

ଜୟପୁର: ରାଜସ୍ଥାନରେ ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀ ଓ ଗେହଲୋଙ୍କ ଗୋଷ୍ଠୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଓ ରାଜସ୍ଥାନ ହାଇକୋର୍ଟରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ପାଇଲଟ।

ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଗେହଲୋଟ କହିଛନ୍ତି “ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ବସିବ। ସଂଖ୍ୟାଗରିଷ୍ଠତା ହାସଲ କରିବାପାଇଁ ଯଥେଷ୍ଟ ବିଧାୟକ ଆମ ପାଖରେ ରହିଛି। ସବୁ କଂଗ୍ରେସ ବିଧାୟକ ଏକାଠି ଅଛନ୍ତି।”

ମିଳିଥିବା ସୂଚନାନୁସାରେ, ଗେହଲୋଟଙ୍କ ସପକ୍ଷବାଦୀ ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ଚାହୁଁଛନ୍ତି। ଆସନ୍ତା ସପ୍ତାହରେ ଅଧିବେଶନ ଡକାଇଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ଅଶୋକ ଗେହଲୋଟଙ୍କ ସରକାର ଭାବୁଛି ଯେ ଯଦି ବିଧାନସଭା ଅଧିବେଶନ ଡକାଯାଏ ତେବେ ତେବେ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ୍ ଦେଖାଇ ପାରିବେ ସରକାର। କାରଣ ସଚିନ୍‌ଙ୍କ ଗୋଷ୍ଠୀରେ ଥିବା ବିଦ୍ରୋହୀ ବିଧାୟକମାନେ ଅଧିବେଶନରେ ଯୋଗ ଦେବା ପାଇଁ ଏକପ୍ରକାର ଚାପ ପକାଯିବ। ଯେତେବେଳେ ଚିପ୍‌ ହ୍ୱିପ୍‌ ଗୃହରେ ଉପସ୍ଥିତ ହେବା ପାଇଁ ହ୍ୱିପ୍ ଜାରି କରିବେ। ସେତେବେଳେ ବିଦ୍ରୋହୀ ବିଧାୟକମାନେ ଯଦି ଏହାକୁ ମାନିବାକୁ ନାରାଜ୍‌ ହେବେ ସେତେବେଳେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାର ଏକ ମଜଭୁତ୍ କାରଣ ମିଳିଯିବ।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like