କରୋନା କଲର୍ ଟ୍ୟୁନ୍ ଶୁଣି ଚିଡ଼ିଗଲେଣି କଂଗ୍ରେସ ବିଧାୟକ!

ଜୟପୁର: ସାରା ଦେଶରେ କରୋନାଭାଇରସ୍‌ର ମହାମାରୀ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି। ଏପରିକି ମୋବାଇଲ୍ ଫୋନରେ କଲର୍ ଟ୍ୟୁନ୍ ଜରିଆରେ ସରକାର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। କିନ୍ତୁ ଏହି କଲର୍ ଟ୍ୟୁନକୁ ନେଇ ଆପତ୍ତି ଜଣାଇଛନ୍ତି ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ବିଧାୟକ ଭରତ ସିଂହ।

ଗୋଟିଏ ପଟେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ବିରୋଧରେ ଜନଜାଗରଣ ଅଭିଯାନ ଚଳାଇଛନ୍ତି। କିନ୍ତୁ ଅନ୍ୟପଟେ ତାଙ୍କ ସରକାରଙ୍କ ତରଫରୁ କରୋନା ସଚେତନତା ପାଇଁ ବ୍ୟବହୃତ କଲର୍ ଟ୍ୟୁନକୁ ଭରତ ସିଂହଙ୍କ ଆପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟର ପୂର୍ବତନ ମନ୍ତ୍ରୀ ଭରତ ସିଂହ ଫୋନରେ ବାଜୁଥିବା କରୋନାଭାଇରସ୍ କଲର୍ ଟ୍ୟୁନକୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଭରତ ସିଂହ ରାଜସ୍ଥାନର ଜଣେ ଟାଣୁଆ ନେତା। ଗେହଲଟଙ୍କ ପୂର୍ବ ସରକାରରେ ସେ ମନ୍ତ୍ରୀ ପଦରେ ଥିଲେ, କିନ୍ତୁ ଏଥର ତାଙ୍କୁ କୌଣସି ପଦବୀ ମିଳିନାହିଁ। ଭାରତ ସିଂହ ନିଜର ଏହିପରି ଚିଠି ଲେଖିବା ପାଇଁ ବେଶ୍ ପରିଚିତ। ଏହା ପୂର୍ବରୁ ସେ ଲକଡାଉନରେ ମଦ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଥିଲେ।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like