ରାଜସ୍ଥାନ ରାଜନୀତିରେ ସଙ୍କଟ: ବୈଠକ ପୂର୍ବରୁ ହ୍ୱିପ ଜାରି କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଭିତରେ ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଅଶୋକ ଗେହଲଟ ସରକାର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଦଳ କହିଛି । ସରକାର ସପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ରାଜସ୍ଥାନ କଂଗ୍ରେସ । ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ ଆଉ କିଛି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୋନରେ କଥା ହୋଇଥିବା ସେ କହିଛନ୍ତି ।

ଆଜି ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କ ବୈଠକ ଡାକିଛନ୍ତି। ସମସ୍ତ କଂଗ୍ରେସ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ହ୍ୱିପ୍ ମଧ୍ୟ ଜାରି କରାଯାଇଛି । ବୈଠକରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବିନାଶ ପାଣ୍ଡେ କହିଛନ୍ତି।

ଆଜି ବସିବାକୁ ଥିବା ବୈଠକ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ୨ ଜଣ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଓ ରଣଦୀପ ସୂର୍ଯ୍ୟେଓ୍ୱାଲା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ପୂର୍ବରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସରେ କୋଣଠେସା କରାଯାଇଥିବା ନେଇ ଟ୍ୱିଟ୍ କରିଥିଲେ ଜ୍ୟୋତିରାଦିତ୍ୟ। ଏହାପରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି।

ସଚ୍ଚିନଙ୍କ ଏପରି ଟ୍ୱିଟ ପରେ ସାକ୍ଷାତକାରକୁ ଲକ୍ଷ୍ୟ କଲେ ସ୍ୱତଃ ପ୍ରଶ୍ନ ଉଠୁଛି, କ’ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି  ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହେବେ କି ?

ସୂଚନାଥାଉ କି, କଂଗ୍ରେସ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦଳ ଦାବି କରୁଥିବାବେଳେ  କଂଗ୍ରେସର ୨୭ ଓ ଅନ୍ୟ ୩ ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ କରୁଥିବା ସଚିନ କହିଛନ୍ତି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like