ଭାଙ୍ଗିବ କି ରାଜସ୍ଥାନ ଓ ମହାରାଷ୍ଟ୍ର ସରକାର ?

ଜୟପୁର: ରାଜସ୍ଥାନର କଂଗ୍ରେସ ସରକାର ଏବେ ପୁଣିଥରେ ସଂକଟରେ ପଡ଼ିଥିବା ଦେଖାଯାଉଛି। ଏନେଇ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସୂଚନା ଦେଇଛନ୍ତି। ରାଜ୍ୟରେ ପୁଣିଥରେ ସରକାର ଭାଙ୍ଗିବାକୁ ଉଦ୍ୟମ କରାଯାଉଥିବା ଗେହଲୋଟ ଅଭିଯୋଗ କରିଛନ୍ତି। କେବଳ ରାଜସ୍ଥାନରେ ନୁହେଁ ମହାରାଷ୍ଟ୍ରରେ ବି ସରକାର ଭାଙ୍ଗିବାକୁ ଉଦ୍ୟମ କରାଯାଉଥିବା ଗେହଲୋଟ କହିଛନ୍ତି। କଂଗ୍ରେସ କର୍ଯ୍ୟକର୍ତ୍ତାକୁ ସମ୍ବୋଧିତ କରି ଏପରି କହିଛନ୍ତି ଗେହଲୋଟ।

ବିଜେପି ସରକାର ଭାଙ୍ଗିବାର ସାକ୍ଷୀ ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ରହିଛନ୍ତି। ସେ ହିଁ ପୂର୍ବରୁ ବିଧାୟକଙ୍କ ସହିତ ୩୪ ଦିନ ହୋଟେଲ୍‌ରେ ରହିଥିଲେ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବି ଅଭିଯୋଗ ଲଗାଇଛନ୍ତି ଗେହଲୋଟ। ଶାହ କଂଗ୍ରେସ ବିଧାୟକଙ୍କୁ ଚା’ପାଣି ଦେଇ ସରକାର ଭାଙ୍ଗିବାର ମସୁଧା କରୁଥିଲେ। ପୂର୍ବରୁ ୫ ସରକାର ଭାଙ୍ଗିଛନ୍ତି ଏବେ ୬ ନମ୍ବର ସରକାର ଭାଙ୍ଗିବେ ବୋଲି ଶାହ କହିଛନ୍ତି ବୋଲି ଗେହଲୋଟ କହିଛନ୍ତି। ଏହି ଘଟଣାପରେ ଅଜୟ ମାକନ, ରଣଦୀପ ସୂର୍ଯ୍ୟେବାଲା ଓ ଅବିନାଶ ପାଣ୍ଡେ ପହଞ୍ଚି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନେବାରୁ ସରକାର ରକ୍ଷାପାଇ ପାରିଥିଲା ବୋଲି ଗେହଲୋଟ କହିଛନ୍ତି।

ଗେହଲୋଟଙ୍କର ଏହି ବୟାନ ପରେ ପାଇଲଟଙ୍କୁ ଟାର୍ଗେଟ୍‌ ନେଇ ଚର୍ଚ୍ଚା ହେଉଛି। ଗେହଲୋଟ ଏପରି କହି ବୁଲେଇ ବଙ୍କେଇ ପାଇଲଟକୁ ଟାର୍ଗେଟ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

 

You might also like