ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗତକାଲି ସ୍ୱାଧୀନତା ଦିବସ ଅବସରରେ କୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି(୫୯) ଯୋଗ ଦେଇଥିଲେ। ଏହି ଉତ୍ସବରେ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ବିଚାରପତି, ଜୁଡିସିଆଲ୍‌ ଅଫିସର ଓ ପାଖାପାଖି ୧୦୦ଜଣ ଆଇନଜୀବୀ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି କରୋନା ପଜିଟିଭ୍‌ ଚିହ୍ନଟ ପରେ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଟେଷ୍ଟ୍‌ କରାଇବା ପାଇଁ ଏକ ମେଡିକାଲ୍‌ ଟିମ୍‌ ରାଜସ୍ଥାନ ହାଇକୋର୍ଟ ବାର୍‌ ଅଫିସ୍‌କୁ ଯିବେ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟର ୫ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିଲା।

You might also like