ଟ୍ରେନ୍ ଭିତରେ ଧୂମପାନ କଲେ ହେବେ ଗିରଫ !

ନୂଆଦିଲ୍ଲୀ: ଟ୍ରେନ୍ ଭିତରେ ଧୂମପାନ କଲେ ଧୂମପାନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧୂମପାନକାରୀ ଧରାପଡ଼ିଲେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନେ ଗିରଫ ବି ହୋଇପାରନ୍ତି। ନିକଟରେ ଉତ୍ତରାଖଣ୍ଡରେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ। ବିଡ଼ି କିମ୍ବା ସିଗାରେଟ୍‌ରୁ ଶତାବ୍ଦୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରେଳ ବିଭାଗ।

ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି, ବିଭାଗର ଜଣେ ବରିଷ୍ଠ ଅଧିକାରୀ। ମାର୍ଚ୍ଚ ୧୩ ତାରିଖରେ ଉତ୍ତରାଖଣ୍ଡର ରାଇଓ୍ୱାଲା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍‌ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଟ୍ରାକ୍ ଉପରେ ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଟ୍ରେନର ଟୟଲେଟ୍ ଭିତରେ ଥିବା ଏକ ଡଷ୍ଟବିନ୍ ଥିବା ଟିସ୍ୟୁ ପେପରରୁ ବିଡ଼ି କିମ୍ବା ସିଗେରଟରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

You might also like