ମେ’ ୩ ଯାଏ ଟ୍ରେନ ଚଳାଚଳ ବାତିଲ୍‌

ନୂଆଦିଲ୍ଲୀ: ଲକଡାଉନ ଅବଧି ମେ ୩ ଯାଏ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି।

ଦେଶରେ ମେ ୩ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ କରିବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ କଟାଯାଇଥିବା ଟିକେଟର ମୂଲ୍ୟ ଯାତ୍ରୀଙ୍କୁ ଫେରସ୍ତ ମିଳିବ ବୋଲି ବୋର୍ଡ ଜଣାଇଛି । ପରବର୍ତ୍ତୀ ଆଦେଶ ଯାଏ ଆଉ ସଂରକ୍ଷିତ ଟିକେଟ ବୁକିଂ ହେବନାହିଁ ।

ତେବେ ମାଲବାହୀ ଓ ପାର୍ସଲ ଟ୍ରେନ ପୂର୍ବଭଳି ଚାଲୁ ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ସେହିପରି ବିମାନ ସେବା ବନ୍ଦ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ମେ ୩ ଯାଏଁ ସମସ୍ତ ଘରୋଇ, ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like