କରୋନାକୁ ରୋକିବା ପାଇଁ ଭାରତୀୟ ରେଳବାଇର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ନେଇ ପ୍ରାୟ ୨୦୦ଟି ଟ୍ରେନ୍‌କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ବାତିଲ ହେବା ଯୋଗୁ ମାର୍ଚ୍ଚ ମାସରେ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ।

କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୨ ଲକ୍ଷ ଟିକେଟ ରଦ୍ଦ ହୋଇଛି। ଏଥିପାଇଁ ରେଳବାଇ ଲୋକଙ୍କୁ ପ୍ରାୟ ୮୫ କୋଟି ଟଙ୍କା ଫେରସ୍ତ କରିବାକୁ ପଡ଼ିଛି। ସେହିପରି ସମଗ୍ର ଭାରତରେ ପ୍ରାୟ ୬୩% ଲୋକ କରୋନାକୁ ଦୃଷ୍ଟିରେ ରଖି ବୁକିଂ କ୍ୟାନସେଲ କରିଛନ୍ତି।

ଏଥିପାଇଁ ରେଳବାଇକୁ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ଏଥିସହ ରେଳବାଇ ବିଭିନ୍ନ ଜୋନରେ ଚଳାଚଳ କରୁଥିବା ୨୦୦ଟି ଟ୍ରେନକୁ ବାତିଲ କରିଥିବାରୁ ଏ ବାବଦରେ ପାଉଥିବା ଭଡ଼ା ମଧ୍ୟ ହରାଇବାକୁ ଯାଉଛି।

You might also like