• translate
Rajalaxmi Sahoo

ଆଗ୍ରା: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଝଡ଼ ତୋଫାନ ସହ ବର୍ଷା,ବଜ୍ରପାତ ଓ କୁଆପଥର ମାଡ଼ ହୋଇଥିଲା। ଏଥିରେ ଐତିହାସିକ ତାଜମହଲର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି।

ଝଡ଼ ତୋଫାନରେ ତାଜମହଲର ମୁଖ୍ୟ ସମାଧିସ୍ଥଳରେ ଥିବା ମାର୍ବଲ୍‌ ରେଲିଂ ଭାଙ୍ଗି ଯାଇଥିବା ସୂଚନା ମିିଳିଛି। ଏହାସହ ପଶ୍ଚିମଦ୍ୱାରରେ ଥିବା ଲାଲ୍‌ ରଙ୍ଗର ସ୍ତମ୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ତାଜମହଲର ପଛ ଭାଗ ଓ ବଗିଚାରେ ଥିବା ବହୁ ଗଛ ଭାଙ୍ଗି ଯାଇଛି।

ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ବସନ୍ତ କୁମାର ସ୍ୱାରଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରି କ୍ଷୟକ୍ଷତିର ଆକଳନ କରିଛନ୍ତି।

ସୂଚନାଥାଉ କି, ୨୦୧୮, ଏପ୍ରିଲ୍‌ ୧୧ରେ ଝଡ଼ ତୋଫାନରେ ମଧ୍ୟ ତାଜ‌ମହଲ କ୍ଷତିଗ୍ରସ୍ତ ହୋଇଥିଲା।

Other Stories