‘କଲ୍‌କି ଭଗବାନ’ଙ୍କ ନିକଟରୁ ମିଳିଲା ୫୦୦ କୋଟିର ଅଘୋଷିତ ସମ୍ପତ୍ତି

ଚେନ୍ନାଇ: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମ ଓ ଟ୍ରଷ୍ଟରେ ଆୟକର ବିଭାଗ ଚଢ଼ଉ କରି ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍‌କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍‌କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇ ଏତେ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରାଯାଇଛି।

ଆୟକର ବିଭାଗ ଚଢ଼ଉ କରି ୪୩.୯ କୋଟି ନଗଦ ଟଙ୍କା, ୨୫ ଲକ୍ଷ ଆମେରିକା ଡଲାର (ପାଖାପାଖି ୧୮ କୋଟି), ୮୮ କିଲୋ ସୁନା ଏବଂ ଅଳଙ୍କାର ଜବତ କରିଛି। ଏହି ସବୁର ମୂଲ୍ୟ ୨୬ କୋଟି ଟଙ୍କା ପାଖାପାଖି। ସେହିପରି ୫ କୋଟି ଟଙ୍କାର ହୀରା ମଧ୍ୟ ମିଳିଛି।

ବିଦେଶରୁ ଯେଉଁ ଟଙ୍କା ଆସୁଥିଲା ସେହି ଟଙ୍କାକୁ ହେରଫେର କରି ରିଅଲ ଇଷ୍ଟେଟ, କନଷ୍ଟ୍ରକସନ ବ୍ୟବସାୟରେ କଲ୍‌କି ପୁଞ୍ଜି ନିବେଶ କରୁଥିଲେ। ସେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ଅନେକ ଜମି ମଧ୍ୟ କିଣିଥିଲେ।

ସୂଚନା ଅନୁସାରେ, କଲ୍‌କି ଏବଂ ତାଙ୍କ ପୁଅ କୃଷ୍ଣାଙ୍କ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ୪୦ଟି ଠିକଣାରେ ରେଡ୍ ହୋଇଥିଲା। ଏକା ସାଙ୍ଗରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ବରଦିୟାପାଲମରେ ଏହି ରେଡ୍ ହୋଇଥିଲା।

୧୯୮୦ରେ କଲ୍‌କି ତାଙ୍କ ଆଶ୍ରମର ପ୍ରତିଷ୍ଠା କରିଥିଲେ। ଏହାପରେ ସେ ବ୍ୟବସାୟ ଦୁନିଆରେ ପ୍ରବେଶ କରିଥିଲେ। ଏଥିପାଇଁ ରିଅଲ ଇଷ୍ଟେଟ, କନଷ୍ଟ୍ରକସନ କ୍ଷେତ୍ରରେ ପୁଞ୍ଜି ନିବେଶ କରିଥିଲେ। ଦେଶ ବାହାରେ ମଧ୍ୟ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏଥିସହ ତାଙ୍କ ଆଧ୍ୟାତ୍ମିକ ବାଣୀ ପ୍ରତି ଲୋକ ଅଧିକ ଆକୃଷ୍ଟ ହେବା ପରେ ସେ ଏକ ଆଧ୍ୟାତ୍ମିକ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ କରିଥିଲେ। ଯାହାକୁ ସେ ବିଦେଶରେ ପ୍ରଚାର କରି ଅନେକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ।

ସୂଚନାଯୋଗ୍ୟ, କଲକି ବାବା ତଥା ବିଜୟ କୁମାର ଜଣେ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ଏହାପରେ ସେ ଏକ କୋଚିଂ ସେଣ୍ଟର ଖୋଲିଥିଲେ ଓ ପରେ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିଥିଲେ। ଧୀରେଧୀରେ ସେ ଲୋକଙ୍କ ନଜରକୁ ଆସିଥିଲେ। ଅନେକ ସିନେ ତାରକା, ବଡ଼ ବଡ଼ ବ୍ୟବସାୟ ମଧ୍ୟ ତାଙ୍କର ଅନୁଗାମୀ ହୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଏକ ଟ୍ରଷ୍ଟ କରି ତାଙ୍କ ସ୍ତ୍ରୀ ଏବଂ ପୁଅ କୃଷ୍ଣାଙ୍କୁ ଦାୟିତ୍ୱ ଦେଇଥିଲେ।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like