ଆସନ୍ତାକାଲି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ

ରାୟପୁର : ଆସନ୍ତାକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡର୍ଗେ, ଏଆଇସିସି ପ୍ରଭାରୀ ପି.ଏଲ. ପୁନିଆ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ଚାରିଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ତାମ୍ରଧ୍ୱଜ ସାହୁ, ଭୁପେଶ ବାଘେଲ, ଟି.ଏସ. ସିଂଦେଓ ଓ ଚରଣ ଦାସ ମହାନ୍ତ।

You might also like