ରାହୁଲ ଆଶ୍ୱସ୍ତ: ବିଟ୍ରିଶ ନାଗରିକତ୍ୱ ପ୍ରସଙ୍ଗ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଆବେଦନରେ ଦାବି କରାଯାଇଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଆଗତ ଆବେଦନକୁ ଖାରଜ କରିଛନ୍ତି।  ଖଣ୍ଡପୀଠ କହିଛନ୍ତି ଯେ “ଯଦି କୌଣସି କମ୍ପାନୀ କିମ୍ବା କିଛି ଫର୍ମରେ ଜଣେ ବ୍ୟକ୍ତିଙ୍କୁ ବ୍ରିଟିଶ ନାଗରିକ ବୋଲି କହି ଦିଆଯାଏ ତେବେ ସେ କ’ଣ ବ୍ରିଟିଶ ନାଗରିକ ହୋଇଯିବେ? ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି।”

ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଜୟ ଭଗବାନ ଗୋୟଲ ଓ ସିପି ତ୍ୟାଗୀ ନାମକ ଦୁଇ ଜଣ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ କହିଥିଲେ ଯେ “ବ୍ରିଟେନ୍‌ରେ ଅବସ୍ଥିତ ଏକ କମ୍ପାନୀ ତା’ର ୨୦୦୫-୦୬ ବାର୍ଷିକ ରିପୋର୍ଟରେ ରାହୁଲ ଗାନ୍ଧି ଜଣେ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛି। ତେଣୁ ଏହି ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପ୍ରମାଣିତ ହେବା ଯାଏ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାର ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଲଢ଼ିବା ପ୍ରକ୍ରିୟାରୁ ବିରତ କରନ୍ତୁ ।”

ଅନ୍ୟପକ୍ଷରେ ରାହୁଲ ବ୍ରିଟିଶ ନାଗରିକ ବୋଲି ବିଜେପି ସାଂସଦ ସୁବ୍ରମଣୟନ ସ୍ୱାମୀ ମଧ୍ୟ ଅଭିଯୋଗ କରିଥିଲେ। ସେ ଏକାଧିକ ଦସ୍ତାବିଜ ଜରିଆରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ରାହୁଲଙ୍କ ବିରୋଧରେ ଫେରାଦ ହୋଇଥିଲେ। ଏହି ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲଙ୍କୁ ନୋଟିସ୍‌ କରି ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କହିଛି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like