ରାଫେଲ ଡିଲ୍‌କୁ ନେଇ ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ରାଜସ୍ଥାନ  : ରାଫେଲ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଦେଶବାସୀଙ୍କୁ ଏହି ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିପାରିନାହାନ୍ତି। ୨ କୋଟି ବେକାର ଯୁବକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି ପୂରଣ କରିବାରେ ଫେଲ୍‌ ମାରିଛନ୍ତି ସରକାର।

ରାଫେଲ ଡିଲ୍ ଉପରେ ସରକାର ନିଜର ଅାଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି।  ଲୋକସଭାରେ ବିରୋଧୀ ଅାଲୋଚନା କରିବାକୁ ଚାହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇ ନାହାନ୍ତି ସରକାର।

You might also like