ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ : ଅାଜି କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଅାଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ବକ୍ତବ୍ୟ ଅାରମ୍ଭରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ।

ଦେଶବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର କହି ମୋଦିଙ୍କୁ ଟାର୍ଗେଟ୍ କରି ବକ୍ତବ୍ୟ ଅାରମ୍ଭ କରିଥିଲେ କଂଗ୍ରେସ ଅଧ୍ୟକ୍ଷ। ରୋଜଗାର, ବେକାରୀ ସମସ୍ୟା, କଳାଧନ ଭଳି ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ ବିମୁଦ୍ରାକରଣ ନୀତିକୁ ନେଇ ମଧ୍ୟ କେନ୍ଦ୍ର ଉପରେ ସେ ବର୍ଷିଥିଲେ।  କୃଷକ ତଥା ଗରିବଙ୍କ କଥା ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ। ପ୍ରଧାନମନ୍ତ୍ରୀ କେବଳ ସୁଟ୍ ବୁଟ୍‌ରେ ଥିବା ବ୍ୟବସାୟୀଙ୍କ ସହ ଅାଲୋଚନା କରିଥାନ୍ତି। ରାଫେଲ ବିମାନକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ରାଫେଲକୁ ନେଇ ହିନ୍ଦୁସ୍ଥାନ ଏରୋନଟିକ୍ସ ସହ କାହିଁକି ଚୁକ୍ତି କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।  ପ୍ରଧାନମନ୍ତ୍ରୀ ଦେଶର ଯବାନଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ଚାଲିଥିବାବେଳେ ବିଜେପି ସଦସ୍ୟଙ୍କ ହୋହାଲ୍ଲାରୁ ଗୃହକୁ ସ୍ଥଗିତ ରଖିଥିଲେ ବାଚସ୍ପତି।

 

ଆହୁରି ପଢ଼ନ୍ତୁ

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

You might also like