ପିଟ୍ରୋଡ଼ାଙ୍କ ବୟାନକୁ ନିନ୍ଦା କଲେ ରାହୁଲ, କହିଲେ କ୍ଷମା ମାଗିବା ଉଚିତ୍‌

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶାମ ପିଟ୍ରୋଡ଼ା ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । ୧୯୮୪ ଦଙ୍ଗା ଅତି ଭୟାନକ ଘଟଣା ଥିଲା ।  ତେବେ ପିଟ୍ରୋଡ଼ାଙ୍କ ଏପରି ବୟାନ ଦଳର ମତ ନୁହେଁ । ଏ ସମ୍ପର୍କରେ ସେ ପିଟ୍ରୋଡ଼ାଙ୍କ ସହ କଥା ହେବେ ବୋଲି ଏକ ନ୍ୟୁଜ୍ ୱେବସାଇଟକୁ ସାକ୍ଷାତକାର ଦେଇ କହିଛନ୍ତି।

ଶାମ ପିଟ୍ରୋଡା ଗୁରୁବାର ଗଣମାଧ୍ୟମକୁ ଦଙ୍ଗା ସଂପର୍କରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କହିଥିଲେ ଯେ, ‘ହେଲା ତ ହେଲା, ଏବେ ସମୟ ଆସିଛି ଆଗକୁ ବଢ଼ିବା ଲାଗି।’ ତେବେ ତାଙ୍କର ପିଟ୍ରୋଡ଼ାଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ଭର୍ତ୍ସନା କରିଥିଲା ଏହାପରେ ପିଟ୍ରୋଡ଼ା କ୍ଷମା ମାଗିଥିଲେ। ପିଟ୍ରୋଡ଼ାଙ୍କ ବୟାନରୁ ଦଳ ଦୂରେଇ ରହିଥିବାବେଳେ କଂଗ୍ରେସ ମୁଖପାତ୍ର ରଣଦୀପ ସୁଜେର୍ଓାଲା ଗୋଧ୍ରା ଦଙ୍ଗା କଥା ଦୋହରାଇଥିଲେ । ଶିଖ୍ ଦଙ୍ଗା ଭଳି ୨୦୦୨ ଗୁଜରାଟ ଦଙ୍ଗା ମଧ୍ୟ ଭୟାନକ ଥିଲା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like