ଲକ୍‌ଡାଉନ୍ ଫେଲ୍‌: ଏବେ ସରକାରଙ୍କ ପ୍ଲାନ ‘ବି’ କ’ଣ ?

ନୂଆଦିଲ୍ଲୀ: ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବଧି। ଏହା ପୂର୍ବରୁ ଆଜି ଏସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ। ସ୍ଥିତି ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ସରକାର କିନ୍ତୁ ଲକ୍‌ଡାଉନ କଟକଣା ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଦେଶବ୍ୟାପୀ ଲମ୍ବା ଅବଧିର ଲକ୍‌ଡାଉନ କଟକଣା ଜାରି କରାଯାଇଥିଲା ତାହା ଫେଲ୍ ହେବାକୁ ଯାଉଥିବା  ରାହୁଲ କହିଛନ୍ତି।

କରୋନା ମୁକାବିଲା ନେଇ ସରକାରଙ୍କ ପ୍ଲାନ B କଣ ବୋଲି ପ୍ରଶ୍ନ କରିବା ସହ ଆର୍ଥିକ ସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ।  ଆଜି ପୁଣି ଥରେ କିଛି ଜାତୀୟ ଗଣମାଧ୍ୟମର ସମ୍ପାଦକଙ୍କ ସହ ଆଲୋଚନା ବେଳେ ଏହି ସବୁ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି ରାହୁଲ। ମଙ୍ଗଳବାର ସେ ତାଙ୍କର ଟ୍ୱିଟର୍‌ ଆକାଣ୍ଟରେ ଗଣମାଧ୍ୟମ ସହିତ ଲାଇଭ୍‌ ପ୍ରେସ୍‌କନଫରେନ୍ସିଂ କରି ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି ରାହୁଲ୍।

ସେ କହିଛନ୍ତି, “ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀ ଯାହା ଆଶା କରୁଥିଲେ ସେଭଳି ଫଳ ମିଳିଲା ନାହିଁ। ଲକ୍‌ଡାଉନ୍‌ ଯୋଗୁ କରୋନା ପ୍ରଭାବ କମିବ ବୋଲି ପ୍ରଧାନମନ୍ତ୍ରୀ ଓ ତାଙ୍କର ସମ୍ପୂର୍ଣ୍ଣ ଉପଦେଷ୍ଟା ଟିମ୍‌ ଦାବି କରୁଥିଲେ କିନ୍ତୁ ତାହା ହେଲା ନାହିଁ। ”

ଦେଶରେ ବର୍ତ୍ତମନ କରୋନା ଭାଇରସ୍‌ର ଲକ୍ଷଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୧୬୭ରେ ପହଞ୍ଚିଛି।

ଏଥିସହିତ କଂଗ୍ରେସ ଶାସନାଧୀନ ରାଜ୍ୟଗୁଡ଼ିକରେ ଦଳ କିପରି ଗରିବଙ୍କ ସହାୟତା କରୁଛି ସେ ନେଇ ମଧ୍ୟ ମତ ରଖିଛନ୍ତି ରାହୁଲ୍। ସେ କହିଛନ୍ତି “ ଦେଶର କେତେକ ରାଜ୍ୟରେ କଂଗ୍ରେସ ସରକାର ରହିଛି। ଏହି ବିପଦ ସମୟରେ ଗରିବ ଶ୍ରେଣୀର ଲୋକ କିଭଳି ତିଷ୍ଟି ରହିବା ସେଥିପାଇଁ  ସେମାନଙ୍କ ଖାତାକୁ ସିଧାସଳଖ  ଟଙ୍କା ପଠାଉଛନ୍ତି। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଉ ନାହୁଁ।”

You might also like