ଚାଷୀ ପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଲେ ରାହୁଲ ଗାନ୍ଧୀ

ଚାଷୀ ବିରୋଧୀ କେନ୍ଦ୍ର

ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଚାଷୀଙ୍କୁ ନେଇ ଲଗାତାର ଭାବରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରେଧୀ। ତେବେ ଏହାରି ମଧ୍ୟରେ ଚାଷୀ ପ୍ରସଙ୍ଗରେ ପୁଣି ଥରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେପଟେ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶରେ ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁ କାର୍ଯ୍ୟକ୍ରମରେ ୨୩ ହଜାରରୁ ଅଧିକ ଚାଷୀ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ତେବେ ଚାଷୀଙ୍କ ଲାଗି ହୋଇଥିବା ନୂଆ ଆଇନ ସମ୍ପର୍କରେ ମୋଦି ଚାଷୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାଯାଇଛି। ଏହାପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା।

ତେବେ ମୋଦି ଚାଷୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କର ନୁହେଁ। ଦେଶରେ ଆସିଥିବା ନୂଆ ଆଇନ ଚାଷୀଙ୍କର ଅନେକ କ୍ଷତି କରିବ କିନ୍ତୁ ଏ କଥା କେନ୍ଦ୍ରକୁ ବାରମ୍ବାର ଜଣାଇବା ପରେ ବି କୌଣସି ଲାଭ ହେଉନାହିଁ। ପାଖାପାଖି ୨୦ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି କିନ୍ତୁ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି କେନ୍ଦ୍ର ସରକାର। ଏହାସହ ରାହୁଲ କହିଛନ୍ତି କେନ୍ଦ୍ରର କୃଷି ବିରୋଧୀ ନୀତି ଏଠାରୁ ସ୍ପଷ୍ଟ ଭାବରେ ଜଣା।ଯାଏ ।

You might also like