ବଢୁଛି ତେଲ ଦର, ଅଟୋରେ ରୋଡ଼୍ ସୋ’ କଲେ ରାହୁଲ ଗାନ୍ଧୀ
ସବୁ ବଢାଉଛ, ପୁଣି ଭୋଟ୍ ମାଗୁଛ?
ଥିରୁବନନ୍ତପୁରମ୍: କେରଳରେ ଜୋରଧରିଛି ପ୍ରଚାର। ଏପ୍ରିଲ ୬ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନ ପ୍ରଚାରର ଶେଷ ଦିନରେ ସେ ଥିରୁବନନ୍ତପୁରମର ନେମୋମରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ସେ ଅଟୋ ରିକ୍ସାରେ ଯାତ୍ରା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ଅଟୋ ଯାତ୍ରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ ଅଟୋ ରିକ୍ସା ଯାତ୍ରା ତାଙ୍କ ନିର୍ବାଚନ ପ୍ରଚାରର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାହୁଲ ଗାନ୍ଧୀ ବିଜେପି ଶାସନ କାଳରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ବିରୋଧରେ ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନ ଅଟୋରେ ଯାତ୍ରା କରିଛନ୍ତି।
କେରଳ ବିଧାନସଭା ନିର୍ବାଚନରେ ନିଜ ବିଜୟ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଟୋ ରିକ୍ସାର ସାହାରା ନେଇଛନ୍ତି ବୋଲି କୁହଯାଇଛି। କେବଳ ଅଟୋରେ ପ୍ରଚାର କରିଛନ୍ତି ତାହା ନୁହେଁ ବରଂ ଅଟୋରେ ରୋଡ୍ ସୋ’ ମଧ୍ୟ କରିଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ବିଜେପି ଉପରେ ଆରୋପ ଲଗାଇଛନ୍ତି। କହିଛନ୍ତି, କଂଗ୍ରେସ ସମୟରେ ସାମାନ୍ୟ ତୈଳ ଦର ବୃଦ୍ଧି ହେଲେ ବିଜେପି ସାଙ୍ଗେ ସାଙ୍ଗେ ହରତାଳ, ରାସ୍ତାରୋକ କରେ। କିନ୍ତୁ ନିଜ ସରକାର ଆସିବା ପରେ ବାରମ୍ବାର ତୈଳ ଦରଠୁ ଆରମ୍ଭ କରି ଗ୍ୟାସ ପର୍ଯ୍ୟନ୍ତ ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବଢିଲାଣି। ହେଲେ ଏବେ ବି ମୋଦି କହୁଛନ୍ତି ଦେଶର ବିକାଶ ହେଉଛି। କଣ ଭୋକ ଉପାସରେ ଲୋକଙ୍କୁ ରଖି ଦେଶର ବିକାଶ ବିଜେପି ସରକାର କରୁଛନ୍ତି କି ରାହୁଲ ପ୍ରଶ୍ନ କରିଛନ୍ତି। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ବିଜେପି ପେଟ୍ରୋଲ ଡିଜେଲ ଦାମ ବଢ଼ାଇଛି ଓ ନିଜ ବନ୍ଧୁମାନଙ୍କୁ ଟଙ୍କା ଦେଉଛି। ତଥାପି ବିଜେପିର ଏତେ ସାହସ ଯେ ଏଠାରେ ଆସି ଭୋଟ ମାଗୁଛନ୍ତି ବୋଲି ସେ କହିଛନ୍ତି।
ଏହାସହ ନେମୋମରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରୋଡ଼ ଶୋ’ ବେଳେ ରାହୁଲ କହିଛନ୍ତି ଯେ ସେ ଏକ ଅଟୋ ରିକ୍ସାରେ ଆସିଥିଲେ। ସେ ଅଟୋ ଚାଳକଙ୍କ ଦୁଃଖ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଅଟୋ ଚାଳକ ଜୀବିକା ଚଳାଇବାକୁ ସକ୍ଷମ ନୁହନ୍ତି। କାରଣ ସେ ଯାହା ଆୟ କରୁଛନ୍ତି ସବୁ ପେଟ୍ରୋଲରେ ଖର୍ଚ୍ଚ ହେଉଯାଉଛି। ତେଣୁ ପରିବାର ଚଳାଇବା କଷ୍ଟ ହେଉଛି। ଯଦି ଏମିତି ଭାବରେ ସରକାର ଦରଦାମ ବଢାନ୍ତି ଆଗାମୀ ଦିନରେ ସବୁ ସାଧାରଣ ଲୋକ ଭୋକ ଉପାସରେ ରହିବେ ବୋଲି ରାହୁଲ କହିଛନ୍ତି।
Shri. @RahulGandhi rides an auto on his way to the helipad at Kalpetta,Wayanad.#UDFWinningKerala pic.twitter.com/1ZugmuIiBX
— Congress Kerala (@INCKerala) April 4, 2021