ସଙ୍କଟ ସମୟରେ ଲଢିବା ସହ ଲୋକଙ୍କ ପ୍ରତି ଦୟା ରଖିବା ଜରୁରୀ-ରାହୁଲ
ନୂଆଦିଲ୍ଲୀ: ଗ୍ଲୋବାଲ ମହାମାରୀ କରୋନା ଭାଇରସ ସହ ଲଢିବା ପାଇଁ ବିଶ୍ୱର ଅନେକ ଦେଶକୁ ଲକ୍ଡାଉନ୍ କରାଯାଇଛି।
ତେବେ ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ଘରୋଇ ଶ୍ରମିକ। ଲକ୍ଡାଉନ୍ ଯୋଗୁ ଏମାନେ ଖାଦ୍ୟ ପାଇଁ ଘୂରି ବୁଲୁଛନ୍ତି। ଏ ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, ‘ଲକ୍ଡାଉନ୍ ଆମ ଦେଶର ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବରବାଦ କରିଦେବ। ଏହା ଦ୍ୱାରା ଆମ ଦେଶକୁ ବହୁତ ବଡ଼ ଝଟକା ଲାଗିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ଭଲ ଭାବେ ଚିନ୍ତା କରିବା ଉଚିତ୍ । ଏପରି ସଙ୍କଟ ସମୟରେ ଲଢ଼ିବା ସହ ଦୁର୍ବଳ ଶ୍ରେଣୀର ଲୋକଙ୍କ ପ୍ରତି ଦୟା ରଖିବା ମଧ୍ୟ ଜରୁରୀ। ଏବେ ବି ବହୁତ ବେଶି ଡେରି ହୋଇନି।
The lockdown will devastate our poor & weak. It will deliver a heavy blow to the India we love. India isn’t black & white. Our decisions have to be carefully thought through. A more nuanced & compassionate approach is required to deal with this crisis. It’s still not too late. pic.twitter.com/qZuoABfOMi
— Rahul Gandhi (@RahulGandhi) March 27, 2020
ଏଠାରେ କହି ରଖୁଛୁ, ରାହୁଲ ଗାନ୍ଧି ଟ୍ୱିଟ୍ କରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏକ ଛୋଟ ପିଲା ତାର ଦୁଃଖ କହୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଏହି ପିଲାଟି କହୁଛି, ଲକ୍ଡାଉନ ପରେ ମୁଁ ଭୋକରେ ରହିଛି । ପିଲାଟି କହୁଛି, ତା’ର ବାପା ବାହାରକୁ ଖାଦ୍ୟ ଆଣିବା ପାଇଁ ଗଲେ ପୋଲିସ ତାଙ୍କୁ ମାରି ଗୋଡାଉଛି ।