ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଅସୁସ୍ଥଥିବା ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକରଙ୍କୁ ଭେଟିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି ସେ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଦେଖା କରିବା ସହିତ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଏଥିସହିତ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଛନ୍ତି। ଏହି ସାକ୍ଷାତ୍କାର ବିଷୟରେ ନିଜେ ରାହୁଲ୍‌ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତ ବୋଲି କହିଛନ୍ତି ରାହୁଲ।

ରାହୁଲ ପାରିକରଙ୍କୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଆଲୋଚନା ହୋଇଥିଲା। କୌଣସି ରାଜନୈତିକ କି ରାଫେଲ୍ ଅଡିଓ ଟେପ୍ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବୋଲି କଂଗ୍ରେସ ନେତା ଚନ୍ଦ୍ରକାନ୍ତ କଭଲେକର କହିଛନ୍ତି।

ପ୍ରକାଶ ଥାଉକି, ନିଜ ମାଆ ସୋନିଆ ଗାନ୍ଧିଙ୍କ ସହିତ ରାହୁଲ ଗାନ୍ଧି ଏବେ ଗୋଆରେ ଛୁଟି କଟାଉଛନ୍ତି। କିଛି ଦିନ ତଳେ ରାଫେଲକୁ ନେଇ ମୋଦିଙ୍କ ସହିତ ସହିତ ପାରିକରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ରାହୁଲ।

You might also like