କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

ମାଲାପୁରମ୍‌: କଥା ଦେଇ କଥା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବର୍ଷକ ଭିତରେ ନୂଆ ଘର ତିଆରି କରି ବାସହୀନ ୨ ଭଉଣୀଙ୍କୁ ଥଇଥାନ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡା ଗସ୍ତ ଅବସରରେ ରାହୁଲ ଗାନ୍ଧି ଗତକାଲି କେ. କାବ୍ୟା (୨୦ ବର୍ଷ) ଓ କାର୍ତ୍ତିକା(୨୨ ବର୍ଷ) ଙ୍କୁ ନୂଆ ଘରର ଚାବି କାଠି ହସ୍ତାନ୍ତର କରିଛନ୍ତି ।

ଗତବର୍ଷ ଅଗଷ୍ଟ ୭ରେ ହୋଇଥିବା ଭୂସ୍ଖଳନରେ କେରଳ ମାଲ୍ଲାପୁରମର କାବଲାପାରାରେ ଗୋଟିଏ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା।  ସହ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ କାବ୍ୟା ଓ କାର୍ତ୍ତିକାଙ୍କ ପରିବାର ଲୋକେ ମଧ୍ୟ ପ୍ରାଣ ହରାଇଥିଲେ । ତେବେ ଏଇ ଦୁଇ ଭଉଣୀ ହଷ୍ଟେଲରେ ରହି ପଢୁଥିବାରୁ ବଞ୍ଚି ଯାଇଥିଲେ।

ତେବେ ଭୂସ୍ଖଳନରେ ଘରଦ୍ୱାର ନଷ୍ଟ ହୋଇ ଯାଇଥିବାରୁ ସେତେବେଳେ ରାହୁଲ ଗାନ୍ଧିଙ୍କୁ ଭେଟି ଘର ଖଣ୍ଡିଏ ଲାଗି ଅନୁରୋଧ କରିଥିଲେ। ରାହୁଲ ଘରଟିଏ କରିଦେବାକୁ କଥା ଦେଇଥିଲେ । ଏବେ ତିନି ଦିନିଆ ୱାୟନାଡା ଗସ୍ତବେଳେ ରାହୁଲ ସୋମବାର ଦୁଇ ଭଉଣୀଙ୍କୁ ଭେଟି ନୂଆ ଘରର ଚାବି କାଠି ହସ୍ତାନ୍ତର କରିଛନ୍ତି ରାହୁଲ ଗାନ୍ଧି। ନୂଆ ଘର ପାଇ ଦୁଇ ଭଉଣୀ ରାହୁଲଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବା ସହ ଧନ୍ୟବାଦ ଦେଇଛନ୍ତି।

କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଜାଗା କିଣି ଘର କରିବା ପାଇଁ ୧୧ ଲକ୍ଷ ଖର୍ଚ୍ଚ ହୋଇଛି। ଏବେ କାର୍ତ୍ତିକା ହୋଟେଲ ମ୍ୟାନେଜମେଣ୍ଟ ଜବ୍‌ରେ ଜଏନ୍‌ କରିଛନ୍ତି ଏବଂ କାବ୍ୟା ତାଙ୍କର ନର୍ସିଂ କୋର୍ସ ଶେଷ କରିଛନ୍ତି। ସେ ମଧ୍ୟ ଖୁବ୍‌ ଶୀଘ୍ର ଚାକିରି ପାଇଯିବେ ବୋଲି ଆଶା ରଖିଛନ୍ତି। ରାହୁଲ ଗାନ୍ଧି ଏବଂ ସରକାରଙ୍କ ସହାୟତା ପାଇବା ପରେ କାର୍ତ୍ତିକା ଓ କାବ୍ୟା ଜୀବନ ଏବେ ସହଜ ହେବାକୁ ଯାଉଛି। ଦୁଇ ଭଉଣୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ମିଳିଥିଲା।

 

 

You might also like